ନାମିବିଆ ମରୁଭୂମିରେ ବିଛାଡ଼ି ହୋଇ ରହିଥିବା ହୀରାର କାହାଣୀ ଆକର୍ଷଣୀୟ । ଏହା ଅନେକ ଦେଶର ସୀମା ଏବଂ ଲକ୍ଷ ଲକ୍ଷ ବର୍ଷ ସହ ଯୋଡ଼ି ହୋଇଛି । ଏହି ମୂଲ୍ୟବାନ ପଥରଗୁଡ଼ିକ ନାମିବିଆରେ ତିଆରି ହୋଇନଥିଲା । ବରଂ, ଏହା ବିଶ୍ୱାସ କରାଯାଏ ଯେ ପଡ଼ୋଶୀ ଦକ୍ଷିଣ ଆଫ୍ରିକାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆଗ୍ନେୟଗିରି କାର୍ଯ୍ୟକଳାପ, ନଦୀ ପ୍ରବାହ ଏବଂ ସମୁଦ୍ର ସ୍ରୋତର ଏକ ଅନନ୍ୟ ମିଶ୍ରଣରେ ଏଠାରେ ପହଞ୍ଚିଛି । ଆସନ୍ତୁ ଏହି ହୀରା ବିଷୟରେ ସବୁକିଛି ଜାଣିବା ।
ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଆଫ୍ରିକାର କମ୍ବରଲୀ ଭଳି ଅଞ୍ଚଳରେ ଆଗ୍ଲେୟଗିରି ଫାଟି ଥିଲା । ଏହି କାରଣରୁ ଗଭୀର ମାଟି ମଧ୍ୟରୁ କମ୍ବରଲାଇଟ ପାହାଡ଼ ଜରିଆରେ ହୀରା ବାହାରକୁ ଆସିଗଲା । ଜଳବାୟୁ ପରିବର୍ତ୍ତନ ଓ ଉତ୍ଥଳ ପୁଥ୍ଥଳ କାରଣରୁ ହୀରା ମାଟିର ଚଟଣରୁ ଅଲଗା ହୋଇଗଲା । ନିଜ ମୂଳ ସ୍ଥାନରୁ ଅଲଗା ହେବା ପରେ ହୀରା ଗୁଡ଼ିକ ଅରେଞ୍ଜ ନଦୀରେ ପହଞ୍ଚିଲ।। ନଦୀ ଏହାକୁ ଆଣ୍ଟାଲାଣ୍ଟିକ ମହାସାଗର ଆଡ଼କୁ ୧୩ଶହ କିଲେମିଟର ଠାରୁ ଅଧିକ ଦୂରକୁ ନେଇଗଲା । ସେଠାରୁ ଏକ ପ୍ରକୃତିକ ପକ୍ରିୟା ଆରମ୍ଭ ହେଲା ।
ଆଣ୍ଟାଲାଣ୍ଟିକରେ ପହଞ୍ଚିବା ପରେ ଦ୍ରୁତ ଲହର ହୀରା ଗୁଡ଼ିକ ଉତ୍ତର ଆଡ଼କୁ ବହିଆସିଲା । ସମୟ ସହ ଏହା ନାମବିଆ ମରୁଭୂମିର ସମୁଦ୍ର ତଟ ରେ ବିଛୁରି ହୋଇଗଲା । ଏହି ଲମ୍ବା ସମୟ ଧରି ସମୁଦ୍ରରେ ରହିବା ଏକ ପ୍ରାକୃତିକ ପ୍ରକ୍ରିୟା ପରି ଥିଲା । କମଜୋର୍ ପଥର ଗୁଡି଼କ ନଦୀ ଓ ସମୁଦ୍ର ଲହରରେ ଭାଙ୍ଗି ଗଲା । ହେଲେ ମଜବୁତ ପଥର ବା ହୀରା ରହିଗଲା । ଏଥିପାଇଁ ଏଠାରେ ମିଳୁଥିବା ପ୍ରାୟ ୯୦ରୁ ୯୫ ପ୍ରତିଶତ ହୀରା ଜେମ୍ ଗ୍ରେଡ ମନାଯାଏ ।
ହୀରା ସହରର ଇତିହାସ
ମାନବିଆର ହୀରା ସୃଷ୍ଟି କାହାଣୀ ଏକ ସାଧାରଣ ଘଟଣାରୁ ଆରମ୍ଭ ହୋଇଥିଲା । ୧୯୦୮ରେ ଜଣେ ରେଲୱେ କର୍ମଚାରୀ ଏହି ସମୁଦ୍ର କୂଳରେ ବୁଲୁଥିବା ବେଳେ ଏକ ଚମକଦାର୍ ପଥର ପାଇଥିଲେ । ସେ ସବୁବେଳେ ମୂଲ୍ୟବାନ ପଥର ସଂଗ୍ରହ କରିବାକୁ ପସନ୍ଦ କରନ୍ତି । ଏହି ଖୋଜହିଁ ତାଙ୍କୁ ଏହି ମୂଲ୍ୟବାନ ହୀରା ସନ୍ଧାନକାରୀ କରିଦେଲା । ହୀରାର ସନ୍ଧାନ ହେବା ପରେ ଜର୍ମାନ ସରକାର ଏହି ଅଞ୍ଚଳ କୋଲମନସ୍କୋପକୁ ସିଲ୍ କଲେ । ଏହା ହୀରା ବ୍ୟବସାୟର ପ୍ରମୁଖ ସହର ପାଲଟିଗଲା । ହୀରା ବ୍ୟବସାୟ ବଢିବାରେ ଲାଗିଲା ଓ ଏହି ମରୁଭୂମିରେ ସହର ପରି ଜନବସତି ବଢିଲା । ବିଦ୍ୟାଳସ ଠାରୁ ହସ୍ପିଟାଲ ସବୁକିଛିର ଆଧୁନିକ ସେବା ମିଳିଲା । ଯାହାକୁ ଧନୀ ସହର ବୋଲି କୁହାଗଲା । ଯେବେ ଅତି ସହଜରେ ହୀରା ମିଳିଗଲା ସେଠାରେ ହୀରା ମାଇନିଂ ଆରମ୍ଭ ହେଲା ।
ଯେବେ ହୀରା ସରିଗଲା ଲୋକେ କୋଲମନସ୍କୋପ ଛାଡି଼ ଚାଲି ଗଲେ । କାରଣ ନାମବିଆର ଅନ୍ୟ ସ୍ଥାନର ହୀରା ମିଳିବାକୁ ଲାଗିଲା । ଲୋକେ ସେଠାରୁ ଅନ୍ୟ ଜାଗାକୁ ଚାଲିଗଲେ । ଆଜି ଏଠାରେ କେବଳ ଖାଲି ଘର ପଡ଼ିରହିଛି ଯାହା ବାଲିରେ ଭର୍ତ୍ତି । ଏହାକୁ ଏବେ ଭୂତ ସହର ବୋଲି କୁହାଯାଉଛି ।


