‘ପାରାଡାଇଜ୍’କୁ ପଛରେ ପକାଇଲା ‘ଦ ବନ୍’, ‘ହନୁମାନ ଅଂଶ’ ୪୦୦ କୋଟି ପାର୍

ବକ୍ସ ଅଫିସରେ ଏବେ ରୋଜଗାରକୁ ନେଇ ଅନେକ ଫିଲ୍ମ ମଧ୍ୟରେ ଚିତାକର୍ଷକ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ସିଦ୍ଧାର୍ଥ ମଲହୋତ୍ରା ଏବଂ ତମନ୍ନା ଭାଟିଆଙ୍କ ଫିଲ୍ମ ଦ ବନ୍ ସୋମବାର ପାରାଡାଇଜ୍ କୁ ପଛରେ ପକାଇଛି । ସେପଟେ ହନୁମାନ ଅଂଶର କାରବାର ୪୦୦ କୋଟି ଟପିଛି । ଏତଦ୍ ବ୍ୟତୀତ ମିର୍ଜାପୁର ଦ ମୁଭି ଏବଂ ହଲିଉଡ ଫିଲ୍ମ ଆଭେଞ୍ଜର୍ସ-ଏଣ୍ଡଗେମ୍ ଇନକୋରର ଆୟ ଲଗାତର କମୁଛି ବଢୁଛି । ତେବେ ଜାଣନ୍ତୁ ବକ୍ସ ଅଫିସରେ କେଉଁ ଫିଲ୍ମର କେତେ ଦବଦବା…

ଦ ବନ୍

ସିଦ୍ଧାର୍ଥ ମଲହୋତ୍ରା ଏବଂ ତମନ୍ନା ଭାଟିଆଙ୍କ ଫିଲ୍ମ ଦ ବନ୍ କୁ କ୍ରିଟିକ୍ସ ଏବଂ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ସୋମବାର ଫିଲ୍ମ ୫.୨୫ କୋଟିର ବ୍ୟବସାୟ କରିଛି । ଫିଲ୍ମର ଟୋଟାଲ୍ କଲେକ୍ସନ ୩୮.୮୫ କୋଟିରେ ପହଞ୍ଚିଛି । ସେହିପରି ବିଶ୍ଵ ସ୍ତରରେ ଫିଲ୍ମ ୫୦.୩୫ କୋଟି ବ୍ୟବସାୟ କରିଛି ।

ପାରାଡାଇଜ୍

ସାଉଥ୍ ଅଭିନେତା ନାନିଙ୍କ ଫିଲ୍ମ ଦ ପାରାଡାଇଜ୍ ରିଲିଜ୍ କୁ ୫ ଦିନ ପୂରିଛି । ଏହି ଫିଲ୍ମ ସୋମବାର ୫ କୋଟି ଟଙ୍କାର ବ୍ୟବସାୟ କରିଛି । ରବିବାର ତୁଳନାରେ ସୋମବାର ଫିଲ୍ମର ଆୟ କମିଛି । ଫିଲ୍ମ ଏବେ ସୁଦ୍ଧା ୯୭.୧୦ କୋଟିର ବ୍ୟବସାୟ କରିଛି । ସେହିପରି ବିଶ୍ଵସ୍ତରରେ ଫିଲ୍ମ ୧୪୪.୮୫ କୋଟି ଆୟ କରିଛି ।

ହନୁମାନ ଅଂଶ

ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ହନୁମାନ ଅଂଶ ରିଲିଜ୍ ହେବାର ୫୫ ଦିନ ପୂରଣ କରିସାରିଛି । ମାତ୍ର ୨ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୩୦୯.୩୮ କୋଟି ଟଙ୍କାର ବ୍ୟବସାୟ କରିଛି । ସୋମବାର ମଧ୍ୟ ଫିଲ୍ମ ୨.୩୫ କୋଟି ଆୟ କରିଛି । ବିଶ୍ଵସ୍ତରରେ ଏହି ଫିଲ୍ମ ୪୦୪.୨୫ କୋଟି ଆୟ କରିଛି ।

ଆଭେଞ୍ଜର୍ସ ଏଣ୍ଡଗେମ୍ ଇନକୋର

ଦୀର୍ଘ ୭ ବର୍ଷ ପରେ ମାର୍ବଲର ସୁପରହିଟ୍ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମ୍ ଇନକୋର ନୂଆ ନାମ ସହ ପରଦାକୁ ଫେରିଛି । ରିଲିଜ୍ ହେବାର ଚତୁର୍ଥ ଦିନରେ ଫିଲ୍ମ ୨.୮୦ କୋଟି ଟଙ୍କାର ବିଜନେସ୍ କରିଛି । ଫିଲ୍ମର ଟୋଟାଲ୍ କଲେକ୍ସନ ୨୪.୮୦ କୋଟି ଟଙ୍କା ରହିଛି । ଓପନିଂ ଡେରେ ଫିଲ୍ମ ୮.୬୮ କୋଟି ବ୍ୟବସାୟ କରିଥିଲା । ଦ୍ଵିତୀୟ ଦିନ ୯.୧୫ କୋଟି ଆୟ କରିଥିଲା । ତୃତୀୟ ଦିନ ୯.୦୨ କୋଟି କଲେକ୍ସନ କରିଥିଲା ।

ମିର୍ଜାପୁର ଦ ମୁଭି

ସେପ୍ଟେମ୍ଵର ୪ରେ ରିଲିଜ୍ ହୋଇଥିବା ଫିଲ୍ମ ମିର୍ଜାପୁର ଦ ମୁଭି ବକ୍ସ ଅଫିସରେ ୨୫ ଦିନ ପୂରଣ କରିସାରିଛି । ଗତକାଲି ଫିଲ୍ମ କେବଳ ୬୦ ଲକ୍ଷ ଟଙ୍କା ଆୟ କରିଛି । ଫିଲ୍ମର ଟୋଟାଲ୍ ବିଜନେସ୍ ୨୨୭.୬୫ କୋଟି ରହିଛି ।

Leave a Reply

Your email address will not be published. Required fields are marked *