ଧର୍ମଗଡ଼ବାସୀଙ୍କ ପାଇଁ ବଡ଼ ଖୁସିଖବର! ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ୪ଟି ୱାର୍ଡରେ ଜଳିଲା ହାଇମାଷ୍ଟ ଲାଇଟ୍

କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ୱାର୍ଡ ନମ୍ବର ୬, ୭, ୧୦ ଓ ୧୩ରେ ନବନିର୍ମିତ ହାଇମାଷ୍ଟ ଲାଇଟ୍‌ର ଶୁଭ ଉଦଘାଟନ ଆଜି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ କରକମଳରେ ସମ୍ପନ୍ନ ହୋଇଛି।

ଦୀର୍ଘ ଦିନ ଧରି ଉକ୍ତ ୱାର୍ଡଗୁଡ଼ିକର ବାସିନ୍ଦାମାନେ ଉନ୍ନତ ଆଲୋକ ବ୍ୟବସ୍ଥା ପାଇଁ ଦାବି କରୁଥିଲେ। ହାଇମାଷ୍ଟ ଲାଇଟ୍ ସ୍ଥାପନ ଫଳରେ ଅଞ୍ଚଳରେ ରାତ୍ରିକାଳୀନ ଯାତାୟାତ ସୁବିଧାଜନକ ହେବା ସହ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

ଉଦଘାଟନ ଅବସରରେ ଧର୍ମଗଡ଼ NAC ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ସମ୍ପୃକ୍ତ ୱାର୍ଡର ବାସିନ୍ଦା ଏବଂ ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଶୀ କହିଥିଲେ ଯେ, ଧର୍ମଗଡ଼ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ମୌଳିକ ସୁବିଧା ବୃଦ୍ଧି ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ହାଇମାଷ୍ଟ ଲାଇଟ୍ ଉଦଘାଟନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା ଏବଂ ୱାର୍ଡବାସୀମାନେ ଏହା ପାଇଁ ବିଧାୟକ ଓ NAC ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *