ନୂଆପଡ଼ା 21.6.26- କୋର୍ଟ ପରିସରରେ ନୂଆପଡା ଜିଲ୍ଲା କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମିଳିତ ଆନୁକୂଲ୍ୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସମର ବିଳାସ ବେହେରା ତଥା ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କୋର୍ଟ ର କର୍ମଚାରୀଗଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧିକାର ମିତ୍ର ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ । ଏହା ପରେ ନୂଆପଡ଼ା ଉପ-କାରାଗାରରେ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଯୋଗ ଦିବସ ପାଳିତ କରାଯାଇଥିଲା ଯେଉଁଥିରେ କାରାଗାରର ସମସ୍ତ କଏଦୀ ଓ କର୍ମକର୍ତ୍ତା ମାନେ ମିଶି ଯୋଗ ଅଭ୍ୟାସ କରିଥିଲେ । ସର୍ବ ଶେଷ ରେ ପ୍ରାଧିକରଣ ର ସଚିବ ନବନୀତା ଦାଶ କଏଦୀ ମାନଙ୍କୁ ଦୈନନ୍ଦିନ ଜୀବନ ରେ ନିୟମିତ ଯୋଗ କରିବାର ଉପାଦେୟତା ବିଷୟରେ ବୁଝାଇଥିଲେ ।
ଜିଲ୍ଲା କୋର୍ଟ ଓ ଉପ-କାରାଗାର ରେ ପାଳିତ ହେଲା ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ




