ସ୍କୁଲରେ ଡିଇଓଙ୍କ ଆକସ୍ମିକ ଚଢ଼ାଉ! କ୍ଲାସରୁମ୍‌ରେ ପିଲାଙ୍କୁ ପଚାରିଲେ ପାଠ, ଚିନ୍ତାରେ ଶିକ୍ଷକ

ମୁରିବାହାଲ, ୨୩ ଜୁନ୍ ୨୬ – ଭଗବାନ ମହାନ୍ତି: ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସୋମବାର ମୁରିବାହାଲ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଯୋଗଦେବା ପରେ ମୁରିବାହାଲ ବ୍ଲକ ସଦର ପଞ୍ଚାୟତି ହାଇସ୍କୁଲ ପରିଦର୍ଶନ କରିଥିଲେ।

ପରିଦର୍ଶନ ସମୟରେ ସେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଓ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଥିଲେ। ଶ୍ରେଣୀଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ପାଠ ପଢ଼ାର ମାନ ଯାଞ୍ଚ କରିଥିଲେ। ବିଦ୍ୟାଳୟର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଗ୍ରନ୍ଥାଗାର, ବିଜ୍ଞାନ ପ୍ରୟୋଗଶାଳା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ।

ଶିକ୍ଷକମାନଙ୍କ ସହ ଆଲୋଚନା ବେଳେ ଡିଇଓ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ବୃଦ୍ଧି, ନିୟମିତ ଶ୍ରେଣୀ ଶିକ୍ଷାଦାନ ଓ ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ଶିକ୍ଷା କ୍ଷେତ୍ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

ପରିଦର୍ଶନ ସମୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକଳାପ, ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *