ନୂଆପଡା ତା:୧୭.୦୭.୨୦୨୬ ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଓ ଉପାଧ୍ୟକ୍ଷା ଶକୁନ୍ତଳା ରାଉତ ଙ୍କ ସହ ଅନ୍ୟ ସାତ ଜଣ ୱାର୍ଡ ପାରିଷଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ବିଜେପି ରେ ଯୋଗଦାନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ତଥା ଉପ ମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,କଳାହାଣ୍ଡି ସାଂସଦ ମାଳବିକା ଦେବୀ ତଥା ନୂଆପଡା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ଙ୍କ ଉପସ୍ଥିତି ରେ ସେମାନେ ଯୋଗଦାନ କରିଛନ୍ତି ।
ଏହି ଯୋଗଦାନ ଅଞ୍ଚଳରେ ବିକାଶର ଧାରା କୁ ଗତିପ୍ରଦାନ କରିବା ସହ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିକାଶ ର ଧାରା ତ୍ୱରାନ୍ୱିତ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଖଡିଆଲ ରୋଡ ଅଧ୍ୟକ୍ଷା ଡ଼.ସୋନିଆ ଜୈନ,ଖଡ଼ିଆଳ ରାଜା ଶ୍ରୀ ଦେବ ଦେବ ସିଂ ଦେଓ ଏବଂ ଜିଲ୍ଲା ସଧାରଣ ସମ୍ପାଦକ ଅଜିତ ଚଲାନ, ତୁଲସ ପଟେଲ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ଞାନ କୁମାର ମେଘ ଓ ଖଡିଆଳ ବିଧାନସଭା ମଣ୍ଡଳୀ ର ସମସ୍ତ ମଣ୍ଡଲ ସଭାପତି ଉପସ୍ଥିତ ଥିଲେ। ଗତ ନିର୍ବାଚନ ରେ ଅଧ୍ୟକ୍ଷ କଂଗ୍ରେସ ଦଳୀୟ ଟିକଟ ରେ ନିର୍ବାଚିତ ହୋଇଥିବା ବେଳେ ସେ ସର୍ବ ମୋଟ 13 ପାରିଷଦ ଙ୍କ ମଧ୍ୟରୁ ଆଠ ଜଣ ଙ୍କ ସହ ଦଳ ବଦଳ କରିଥିବାରୁ ଦଳ ନିରୋଧ ଆଇନ ଯୋଗୁଁ ସଦସ୍ୟତା ରଦ୍ଧ ହେବା ର କୌଣସି ସମ୍ଭାବନା ନ ଥିବା ରାଜନୀତି ବିଶେଷଜ୍ଞ ପ୍ରକାଶ କରିଛନ୍ତି।ଅପର ପକ୍ଷେ ସେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଙ୍କ ଏକାନ୍ତ ଅନୁଗତ ହୋଇଥିଲେହେଁ ଅଧ୍ୟକ୍ଷ ଙ୍କ ସହ ବିଜେଡି ର ତିନି ପାରିଷଦ ବିଜେପି ରେ ଯୋଗଦାନ କରିବା ସତ୍ୱେ ବିଜେଡି ପାଇଁ କ୍ଷତି ର କୌଣସି ସମ୍ଭାବନା ନ ଥିବା ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।




