ଆବୁଧାବିରେ ବସବାସ କରୁଥିବା ଓଡ଼ିଆ ସମାଜର ଓ ଇସ୍କନ ର ମିଳିତ ଆୟୋଜନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଥିଲା। ଆବୁଧାବିସ୍ଥିତ ବିଏପିସ ହିନ୍ଦୁ ମନ୍ଦିର ରେ ପ୍ରାୟ 2500 ରୁ ଉର୍ଦ୍ଧ୍ବ ଭକ୍ତମାନେ ଏହି ପବିତ୍ର ଉତ୍ସବରେ ଯୋଗଦେଇ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେ।
ଭଜନ, କୀର୍ତ୍ତନ, ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଓଡିଆ ସମାଜ ଆବୁଧାବିର ମହିଳାମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କୁ ଆହୁରି ମନମୋହକ କରିଥିଲା । ବିଦେଶ ମାଟିରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟକୁ ଜୀବନ୍ତ ରଖିବାରେ ଏହି ରଥଯାତ୍ରା ଏକ ଅନନ୍ୟ ପ୍ରୟାସ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଓଡିଆ ସମାଜର ଡକ୍ଟର ଶିବ କୋଟା କାର୍ତ୍ତିକ ସିଂହ, ରବି ଦାସ, ରଣଜିତ ଦାସ, ସତ୍ଯବ୍ରତ ପାତ୍ର, କେସବ ରାଓ, ସୌଗତ ନାୟକ, ଅରୁଣ କୁମାର ମଲ୍ଲିକ, ସିପ୍ରା ଦାସ, ଅସ୍ମିତା ପଟେଲ, ଅର୍ଚନା ନାୟକ, ମୋନାଲିସା ମଲ୍ଲିକ, ଡକ୍ଟର ଗାୟତ୍ରୀ ଏବଂ ଅନେକ ଓଡ଼ିଆ ଭାଇ ଭଉଣୀଙ୍କ ସାହାଯ୍ଯ ସହଯୋଗ କରିଥିଲେ




