ପାଠ ପଢ଼ିବାକୁ ମଞ୍ଚା, ଆନ୍ଧ୍ର ଟାୱାର୍ ଭରସା

ଅନଲାଇନ୍‌ରେ ପାଠ ପଢ଼ିବାକୁ ପିଲାଙ୍କୁ ସ୍ବତନ୍ତ୍ର ମଞ୍ଛା ଉପରକୁ ଉଠିବାକୁ ପଡୁଛି । ସେଠାରେ ମଧ୍ୟ ଓଡ଼ିଶା ର କୌଣସି ମୋବାଇଲ୍ ଟାୱାର୍‌ର ସିଗ୍‌ନାଲ୍ ନଥିବାରୁ ଆନ୍ଧ୍ର ଟାୱାର୍ ଭରସା ସାଜିଛି। ଏଭଳି ମାଲକାନଗିରି ଜିଲା ଦୃଶ୍ୟ ଦେଖୁବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡ଼ା ପଞ୍ଚାୟତରେ । ଏଠାରେ ବିଏସ୍ଏନ୍ଏଲ୍ ଓ ଜିଓ ଟାୱାର୍ ଥିଲେ ମଧ୍ଯ ସେଗୁଡ଼ିକ କାର୍ଯ୍ୟକ୍ଷମ ନଣ୍ଟାରୁ ପ୍ରାୟ ୩ହଜାରରୁ ଅଧିକ ଲୋକ ଟେଲି ଯୋଗାଯୋଗ ବିଚ୍ଛିନ୍ନ ଜୀବନ ବିତାଉଛନ୍ତି I ଜରୁରୀ ସେବାଠାରୁ ଆରମ୍ଭ କରି ଶିକ୍ଷା ଓ ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଅସୁବିଧା ଭୋଗୁଛନ୍ତି ।

ମୋବାଇଲ୍ ନେଟ୍‌ୱର୍କ ନ ଥିବାରୁ ରାଲେଗେଡ଼ା ପଞ୍ଚାୟତର ଜନସାଧାରଣଙ୍କ ପକ୍ଷେ ଜରୁରୀ ସମୟରେ ଆମ୍ବୁଲାନ୍ସକୁ ଫୋନ୍ କରିବା ସମ୍ଭବ ହେଉନାହିଁ। ଅନଲାଇନ୍ ପାଠପଢ଼ାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି । ପୋଷଣ ଯୋଜନା ରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ତଥ୍ୟ ଅପଲୋଡ୍ କରିବାରେ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିହାତି ଜରୁରୀ ହେଲେ ନେଟ ୱର୍କ ପାଇଁ ଗ୍ରାମବାସୀ ପାହାଡ଼ ଉପରକୁ ଯିବା ସହ ଉଚ୍ଚସ୍ଥାନରେ ଅସ୍ଥାୟୀ ମଞ୍ଚା ବାନ୍ଧି ଫୋନ୍ କରୁଛନ୍ତି । କିନ୍ତୁ ସବୁବେଳେ ଏହା ଏହା ସମ୍ଭବ ନୁହେଁ। ଡିଜିଟାଲ୍ ଯୁଗରେ ମଧ୍ୟ ଏଭଳି ପରିସ୍ଥିତି ଲୋକଙ୍କ ଦୈନନ୍ଦିନ ଜୀବ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲାପାଳ କହିଛନ୍ତି, ଖୁବ୍‌ଶୀଘ୍ର ଟାୱାରକୁ ସଂଯୋଗ ପ୍ରଦାନ କରାଯିବ । ଏହା ପରେ ରାଲେଗାଡ଼ା ପଞ୍ଚାୟତରେ ନେୱାକ ୱାର୍କ ସେବା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ, ଚିତ୍ରକୋଣ୍ଡା ଅଞ୍ଚଳରେ ପୂର୍ବରୁ ମାଓବାଦୀଙ୍କ ମେଳି ଦେଖୁବାକୁ ମିଳୁଥିଲା ,ହେଲେ ଏବେ ନେଟ୍ୱର୍କ ଓ ଅଞ୍ଚଳର ବିକାଶ ପାଇଁ ସରକାରଙ୍କୁ ଚେତାଇବା ନିମନ୍ତେ ମେଳି କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ

କିନ୍ତୁ ଏବେ କପାଚୁଟି ପଞ୍ଚାୟତ ନିକଟସ୍ଥ ଉପାନ୍ତ ଗ୍ରାମ ଓର୍‌ଗେଲରେ। ଚାରି ବର୍ଷ ତଳେ ୧୩ଟି ଗ୍ରାମକୁ ନେଟ୍‌ୱର୍କ ସେବା ଯୋଗାଇଦେବା ପାଇଁ ଏହି ଗାଁରେ ଏକ ଜିଓ ଟାୱାର୍ ସ୍ଥାପିତ ହୋଇଥିଲା । ଏବେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନାହିଁ I ଫଳରେ ଲୋକେ ଫୋନ କଲ୍‌ଟିଏ କରିବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ଅନଲାଇନ୍ କାମ ପାଇଁ ଲୋକଙ୍କୁ ବ୍ଲକ ସଦର ମହକୁମା ନଚେତ ଜିଲା ମୁଖ୍ୟାଳୟକୁ ଯିବାକୁ ପଡ଼ୁଛି।

Leave a Reply

Your email address will not be published. Required fields are marked *