ନିକଟରେ ଆପଲ ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ ବଜାରକୁ ଆଣିବା ପରେ ଭାରତୀୟ ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି। କମ୍ପାନୀ ଭାରତରେ ନିଜର ପୁରୁଣା ଆଇଫୋନ ମଡେଲଗୁଡ଼ିକର ଦାମରେ ଯଥେଷ୍ଟ ବୃଦ୍ଧି କରିଛି। ନୂଆ ମୂଲ୍ୟ ଅନୁଯାୟୀ, ଆଇଫୋନ ୧୭, ଆଇଫୋନ ୧୭e ଏବଂ ଆଇଫୋନ ଏୟାର୍ର କୋଟି କୋଟି ଗ୍ରାହକଙ୍କୁ ଏବେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଆଇଫୋନ ୧୭ ହେଲା ୧୭,୦୦୦ ଟଙ୍କା ମହଙ୍ଗା ଆପଲର ଆଇଫୋନ ୧୭ ର ୨୫୬GB ମଡେଲର ପ୍ରାରମ୍ଭିକ ମୂଲ୍ୟ ଏବେ ୯୯,୯୦୦ ଟଙ୍କା ହୋଇଯାଇଛି। ଏହା ସହିତ ୫୧୨GB ମଡେଲର ମୂଲ୍ୟ ୧,୨୪,୯୦୦ ଟଙ୍କାକୁ ବୃଦ୍ଧି ପାଇଛି। ଲଞ୍ଚ ସମୟରେ ଆଇଫୋନ ୧୭ ର ମୂଳ ଦାମ ୮୨,୯୦୦ ଟଙ୍କା ଥିଲା। ଅର୍ଥାତ୍ ଏହାର ବେସ ମଡେଲରେ ସିଧାସଳଖ ୧୭,୦୦୦ ଟଙ୍କାର ବୃଦ୍ଧି ଘଟିଛି।
ଆଇଫୋନ ଏୟାର୍ର ଦାମ୍ରେ ବି ବଡ଼ ବୃଦ୍ଧିକମ୍ପାନୀ ଆଇଫୋନ ଏୟାର୍ ର ମୂଲ୍ୟ ମଧ୍ୟ ଅପଡେଟ କରିଛି: ୨୫୬GB ମଡେଲ: ୧,୪୯,୯୦୦ ଟଙ୍କା (ପୂର୍ବରୁ ୧,୧୯,୯୦୦ ଟଙ୍କା ଥିଲା) ୫୧୨GB ମଡେଲ: ୧,୭୪,୯୦୦ ଟଙ୍କା (ପୂର୍ବରୁ ୧,୩୯,୯୦୦ ଟଙ୍କା ଥିଲା) ୧TB ମଡେଲ: ୨,୨୪,୯୦୦ ଟଙ୍କା (ପୂର୍ବରୁ ୧,୫୯,୯୦୦ ଟଙ୍କା ଥିଲା)ଆଇଫୋନ ୧୭eର ଦାମରେ ସବୁଠୁ ଅଧିକ ପ୍ରତିଶତ ବୃଦ୍ଧି ଚଳିତ ବର୍ଷ ମାର୍ଚ୍ଚ ୨ ରେ ଲଞ୍ଚ ହୋଇଥିବା ଶସ୍ତା ଆଇଫୋନ ୧୭e ର ମୂଲ୍ୟରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି: ୨୫୬GB ମଡେଲ: ଏବେ ୭୯,୯୦୦ ଟଙ୍କା (ଲଞ୍ଚ ମୂଲ୍ୟ ୬୪,୯୦୦ ଟଙ୍କା ଥିଲା) ୫୧୨GB ମଡେଲ: ଏବେ ୧,୦୪,୯୦୦ ଟଙ୍କା (ଲଞ୍ଚ ମୂଲ୍ୟ ୮୪,୯୦୦ ଟଙ୍କା ଥିଲା )।




