ସେପ୍ଟେମ୍ବର ୧ରେ ବଡ଼ ଝଟକା! କେଉଁ ସବୁ ଜିନିଷ ହେଲା ମହଙ୍ଗା? ଦେଖନ୍ତୁ ପୂରା ଲିଷ୍ଟ

ନୂଆ ମାସ ସେପ୍ଟେମ୍ବର ୧ ତାରିଖରୁ ଦେଶରେ ସାଧାରଣ ନାଗରିକଙ୍କ ପକେଟ୍, ରୋଷେଇ ଘର ଏବଂ ନିତ୍ୟବ୍ୟବହାର୍ଯ୍ୟ ସେବା ସହ ଜଡ଼ିତ ୭ଟି ବଡ଼ ନିୟମରେ ପରିବର୍ତ୍ତନ ହୋଇଛି। ଏହି ନୂଆ ନିୟମଗୁଡ଼ିକ ଆପଣଙ୍କ ମାସିକ ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। କିଛି ସେବା ମହଙ୍ଗା ହୋଇଥିବା ବେଳେ କେତେକ ନିୟମ କୋମଳ ହେବା ଯୋଗୁଁ ସାଧାରଣ ଲୋକଙ୍କୁ ସୁବିଧା ମଧ୍ୟ ମିଳିବ।

୧.କମର୍ସିଆଲ LPG ସିଲିଣ୍ଡର ଦାମ୍ ବୃଦ୍ଧି: ତେଲ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଦରରେ ୯.୫୦ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ ବ୍ୟବହାର ହେଉଥିବା ୧୪.୨ କିଲୋଗ୍ରାମ ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଛି।

୨.ଗାଡ଼ି କିଣିବା ହେଲା ମହଙ୍ଗା: ଟାଟା ମୋଟର୍ସ ଏବଂ ହୁଣ୍ଡାଇ ସେମାନଙ୍କ ଗାଡ଼ିର ଦାମ୍ ବଢ଼ାଇଛନ୍ତି। ଟାଟା ମୋଟର୍ସର ବିଭିନ୍ନ ମଡେଲ ଓ SUVର ମୂଲ୍ୟ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

୩.ଖୋଲା କ୍ଷୀର ଦର ବୃଦ୍ଧି: ମୁମ୍ବାଇରେ ଖୋଲା କ୍ଷୀର (ତବେଲା କ୍ଷୀର) ଦର ଲିଟର ପିଛା ୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ପ୍ୟାକେଟ୍ କ୍ଷୀର ଦର ପୂର୍ବପରି ସ୍ଥିର ରହିଛି।

୪.ITR ଦାଖଲ ଉପରେ ଲେଟ୍ ଫି’ (Late Fine): ନନ୍-ଅଡିଟ୍ ବ୍ୟବସାୟୀ ଓ ପ୍ରଫେସନାଲଙ୍କ ପାଇଁ ITR-3 ଦାଖଲର ଶେଷ ତାରିଖ (୩୧ ଅଗଷ୍ଟ) ଶେଷ ହୋଇଛି। ସେପ୍ଟେମ୍ବର ୧ରୁ ରିଟର୍ଣ୍ଣ ଦାଖଲ କଲେ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। (ବିଳମ୍ବିତ ରିଟର୍ଣ୍ଣ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଦାଖଲ କରିହେବ)।

୫.ଇମିଗ୍ରେସନ ପ୍ରକ୍ରିୟା ସହଜ (ଡିଜିଟାଲ୍ ବୋର୍ଡିଂ ପାସ୍): ବିଦେଶ ଯାତ୍ରା କରୁଥିବା ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବୋର୍ଡିଂ ପାସ୍‌ରେ ଫିଜିକାଲ୍ ଷ୍ଟାମ୍ପିଂ ଆବଶ୍ୟକତାକୁ ଉଠାଇ ଦିଆଯାଇଛି। ମୋବାଇଲ୍‌ରେ ଇଲେକ୍ଟ୍ରୋନିକ୍ ବୋର୍ଡିଂ ପାସ୍ ଦେଖାଇ ଇମିଗ୍ରେସନ୍ କ୍ଲିୟରାନ୍ସ ପାଇପାରିବେ।

୬.ପ୍ରପର୍ଟି ଟ୍ୟାକ୍ସ ଓ ସିୱେର୍-ପାଣି ଦର ବୃଦ୍ଧି (ଫରିଦାବାଦ/NCR): ଫରିଦାବାଦରେ ପ୍ରପର୍ଟି ଟ୍ୟାକ୍ସ ଏବେ କଲେକ୍ଟର ରେଟ୍ ଆଧାରରେ ନିର୍ଦ୍ଧାରଣ ହେବ। ଏହା ସହ ୧୪ ବର୍ଷ ପରେ ସିୱେର୍ ଓ ପାଣି ଦରରେ ପ୍ରାୟ ୨୦٠% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୭.ପେଟ୍ରୋଲ-ଡିଜେଲ ଦର ସ୍ଥିର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ଉତ୍ଥାନ-ପତନ ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି।

Leave a Reply

Your email address will not be published. Required fields are marked *