ସ୍ତ୍ରୀକୁ ନୃଶଂସ ହତ୍ୟା! ମୁଣ୍ଡ କାଟି ଫ୍ରିଜ୍‌ରେ ରଖିଲା ସ୍ୱାମୀ, ସାମ୍ନାକୁ ଆସିଲା ସତ

ଆସାମରେ ଏକ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୌହାଟିର ବଶିଷ୍ଠପୁର ଅଞ୍ଚଳର ଏକ ଫ୍ଲାଟରେ ଜଣେ ୨୫ ବର୍ଷୀୟା ବିବାହିତ ମହିଳାଙ୍କୁ ହତ୍ୟା କରା ଯିବା ପରେ ତାଙ୍କ କଟା ମୁଣ୍ଡ ଏକ ରେଫ୍ରିଜରେଟର ଭିତରେ ପଲିଥିନ୍ ବ୍ୟାଗରେ ପ୍ୟାକ୍ ହୋଇ ରହିଥିଲା। ମୃତକଙ୍କ ନାମ ରିୟା ତାଲୁକଦାର ଗୋସ୍ୱାମୀ। ମିଳିଥିବା ସୂଚନାନୁସାରେ, ଖବର ପାଇ ପୁଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ଏହାକୁ ଅତ୍ୟନ୍ତ ନିର୍ମମ ବୋଲି କହି ଥିଲେ। ହତ୍ୟାକାରୀ ସ୍ୱାମୀ ମହିଳାଙ୍କ ମୁଣ୍ଡ କାଟି ପଲିଥିନ୍ ବ୍ୟାଗରେ ଗୁଡ଼ାଇ, ଫ୍ରିଜରେ ରଖି ତାଙ୍କ ଆଙ୍ଗୁଠି କାଟି ଦେଇଥିଲେ। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ମହିଳାଙ୍କ ସ୍ୱାମୀ ମୃତଦେହ ନିକଟରେ ଘଣ୍ଟା ଘଣ୍ଟା ବିତାଇଥିଲେ। ଗୌହାଟି ପୁଲିସ କମିଶନରଙ୍କ କାର୍ଯ୍ୟାଳୟର ଏଡିସିପି (ପୂର୍ବ) ଅନୁରାଗ ଶର୍ମା କହିଛନ୍ତି ଯେ, ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାର ସ୍ୱାମୀ ରାମାନୁଜନ ଗୋସ୍ୱାମୀ ଆତ୍ମସମର୍ପଣ କରିଛନ୍ତି ଏବଂ ଅପରାଧ ସ୍ୱୀକାର କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ମୃତଦେହ ମିଳିବାର ପ୍ରାୟ ୪୮ ଘଣ୍ଟା ପୂର୍ବରୁ ଅପରାଧ ଘଟିଥିଲା। ରିପୋର୍ଟ ଅନୁଯାୟୀ, ରିୟା ଏବଂ ରାମାନୁଜନ ପ୍ରାୟ ଛଅ ମାସ ପୂର୍ବେ ବିବାହ କରିଥିଲେ ଏବଂ ଫ୍ଲାଟରେ ଏକାଠି ରହୁଥିଲେ। ପଡ଼ୋଶୀମାନେ ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ କରିବା ପରେ ପୁଲିସ ରବିବାର ରାତିରେ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତକାରୀ ଦଳ ସେହି ପରିସରରୁ ଅପରାଧରେ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଥିବା ଏକ ଅସ୍ତ୍ର ମଧ୍ୟ ଜବତ କରିଥିଲା। ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ହତ୍ୟାକାଣ୍ଡ ପଛର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *