‘ଇସ୍ରୋ ପ୍ରାଇଭେଟ୍ ହେଲେ ଆମର କ’ଣ ହେବ?’ ଚେୟାରମ୍ୟାନଙ୍କୁ ଚିଠି ଲେଖି ପ୍ରଶ୍ନ ପଚାରିଲେ କର୍ମଚାରୀ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ନଅଟି ସଂଗଠନ ମହାକାଶ ସଂସ୍ଥାର ଉତ୍ପାଦନ ଏବଂ ପରିଚାଳନାଗତ କାର୍ଯ୍ୟକଳାପକୁ ଘରୋଇକରଣ କରିବା ପ୍ରସ୍ତାବ ସମ୍ପର୍କରେ ଏକ ସରକାରୀ ସ୍ପଷ୍ଟୀକରଣ ମାଗିଛନ୍ତି। ISRO ଅଧ୍ୟକ୍ଷ ଭି. ନାରାୟଣନଙ୍କୁ ଏକ ଚିଠିରେ, ଏହି କର୍ମଚାରୀ ସଂଗଠନଗୁଡ଼ିକ ସଂସ୍ଥାର ଘରୋଇକରଣର ଦିଗ ଏବଂ ବିଦ୍ୟମାନ କର୍ମଚାରୀ ଏବଂ ସଂସ୍ଥାର ଭବିଷ୍ୟତ ଭୂମିକା ଉପରେ ଏହାର ପ୍ରଭାବ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ହଜାର ହଜାର କର୍ମଚାରୀଙ୍କ ତରଫରୁ ଏହି ସଙ୍ଗଠନଗୁଡିକ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସଙ୍ଗଠନର କହିବାନୁଯାୟୀ ସେମାନେ ବ୍ୟବସାୟିକ ଗତିବିଧିରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ବିରୋଧ କରୁନାହାନ୍ତି । କିନ୍ତୁ ଯେଉଁସବୁ ନୀତିରେ ପରିବର୍ତ୍ତନ କରାଯାଉଛି ସେସମ୍ପର୍କରେ କର୍ମଚାରୀଙ୍କୁ ସୂଚନା ଦିଆଯିବା ଆବଶ୍ୟକ । କର୍ମଚାରୀ ସଙ୍ଗଠନ ଆଶଙ୍କା ପ୍ରକାଶ କରି କହିଛି ଯେ ଇସ୍ରୋକୁ କେବଳ ଗବେଷଣା ଓ ବିକାଶ ଭିତରେ ସୀମିତ କରିଦିଆଯିବ ନାହିଁ ତ । ସେମାନେ ଇନ୍-ସ୍ପେସର ଅଧ୍ୟକ୍ଷ ପୱନ ଗୋୟଙ୍କାଙ୍କ ବୟାନର ଉଦାହରଣ ଦେଇଛନ୍ତି । କିଛିଦିନ ତଳେ ଗୋୟଙ୍କା କହିଥିଲେ ଯେ ଭବିଷ୍ୟତରେ ଇସ୍ରୋ ଆଉ ପ୍ରକ୍ଷେପଣ ଯାନ ନିର୍ମାଣ କରିବ ନାହିଁ । ତେଣୁ ସଙ୍ଗଠନଗୁଡିକ ପଚାରିଛନ୍ତି କି ଗୋୟଙ୍କାଙ୍କ ଏହି ବୟାନ କଣ ଭାରତ ସରକାର, ମହାକାଶ ଆୟୋଗ କିମ୍ବା ମହାକାଶ ବିଭାଗର ଔପଚାରିକ ନିଷ୍ପତ୍ତି କି ? ତେଣୁ ସେମାନେ ସରକାର ନେଉଥିବା ନିଷ୍ପତ୍ତି ଓ ନୀତିର ଲିଖିତ ବିବରଣୀ ମାଗିଛନ୍ତି ।

ସେମାନେ ଜାଣିବାକୁ ଚାହିଁଛନ୍ତି ଯେ ପିଏସ୍ଏଲଭି, ଏଲ୍ଭିଏମ୍-୩ ଏବଂ ଏସ୍ଏସ୍ଏଲ୍ଭି ଭଳି ପ୍ରକ୍ଷେପଣ ଯାନର ଡିଜାଇନ, ବିକାଶ, ଏକୀକରଣ ଓ ପ୍ରକ୍ଷେପଣର ଦାୟିତ୍ୱ ଆଗକୁ ଇସ୍ରୋ ପାଖରେ ରହିବ ନା ନାହିଁ । ଉକ୍ତ ଚିଠିରେ ସର୍ବସାଧାରଣଙ୍କ ଅର୍ଥରେ ବିକଶିତ ଟେକ୍ନୋଲୋଜି, ଟ୍ରେନିଂ ସୁବିଧା, ପ୍ରକ୍ଷେପଣ କେନ୍ଦ୍ର ଓ ଟେକ୍ନୋଲୋଜି ତଥ୍ୟକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ୍ତ କରାଯିବା ପ୍ରକ୍ରିୟା ଉପରେ ଜବାବ ମାଗିଛନ୍ତି । ସେମାନେ ଏନ୍ଏସ୍ଆଇଏଲ୍ ଏବଂ ଇନ୍ ସ୍ପେସ୍ର ଭୂମିକା ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଛନ୍ତି ।

ସେମାନଙ୍କର କହିବାକଥା ପ୍ରକ୍ଷେପଣ ଯାନର ଡିଜାଇନ, ଏକୀକରଣ, ପରୀକ୍ଷଣ ଓ ପ୍ରକ୍ଷେପଣ କେବଳ ସାଧାରଣ ବିନିର୍ମାଣ ଗତିବିଧି ନୁହେଁ, ବରଂ ଇସ୍ରୋର ଟେକ୍ନିକାଲ କ୍ଷମତା, ସଂସ୍ଥାଗତ ଅନୁଭବ ଓ ରଣନୀତିକ ଶକ୍ତି ଅଟେ । ସେମାନଙ୍କ ଡର ଏଥିପାଇଁ ରହିଛି କି ଏସବୁ ଦାୟିତ୍ୱ ହ୍ରାସ ଘଟିବା ଫଳରେ ଆନ୍ତରିକତାର ସହ କାମ କରିବା, ଗବେଷଣା ପରେ ପ୍ରୟୋଗକୁ ଆଗକୁ ବଢ଼ାଇବାର କ୍ଷମତା ଏବଂ ଟେକ୍ନୋଲୋଜି ବିକାଶ ଆଦି ପ୍ରଭାବିତ ହେବ । ସେମାନେ କହିଛନ୍ତି ଘରୋଇ କମ୍ପାନିଙ୍କୁ କାମ ମିଳିବା ଦ୍ୱାରା ଇସ୍ରୋରେ ଯେତିକ ସ୍ୱୀକୃତିଗତ ପଦ ଅଛି ତାକୁ ହ୍ରାସ କରିଦିଆଯିବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ, ନୂଆ ନିଯୁକ୍ତି କମିବ ଏବଂ ପଦୋନ୍ନତି ମଧ୍ୟ ମିଳିବାର ସମ୍ଭାବନା କମ୍ । ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିରିକ୍ତ ଘୋଷିତ କରି ସେମାନଙ୍କୁ ଅନ୍ୟତ୍ର ଲଗାଇବାର ବିପଦ ମଧ୍ୟ ରହିଥିବା ଉକ୍ତ ୯ଟି କର୍ମଚାରୀ ସଂଘ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *