ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ତାଙ୍କ କ୍ରିକେଟ୍ କ୍ୟାରିୟରର ଏହି ଐତିହାସିକ ସଫଳତାକୁ ଦୃଷ୍ଟିରେ ରଖି କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (CAB) ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ସାମି ଖୁବ୍ ଶୀଘ୍ର ନିଜର ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଯାହାର କମାଣ୍ଡ ଇଶାନ କିଶନଙ୍କ ହାତରେ ଅଛି ଏବଂ ଏହି ଟିମରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଅଛନ୍ତି।
୩୬ବର୍ଷୀୟ ମହମ୍ମଦ ଶାମି ୯୯ ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳିଛନ୍ତି । ଦୁଲୀପ ଟ୍ରଫି ୨୦୨୬ଫାଇନାଲ୍ ତାଙ୍କର ୧୦୦ତମ ଫାଷ୍ଟ କ୍ଲାସ ମ୍ୟାଚ୍ ହେବ। ଶାମି ସେଣ୍ଟ୍ରାଲ ଜୋନ ବିପକ୍ଷରେ ହୋଇଥିବା ସେମିଫାଇନାଲ ମ୍ୟାଚରେ ମୋଟ ୫ ୱିକେଟ୍ ନେଇ ଇଷ୍ଟ ଜୋନର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମ ଇନିଂସରେ ୨ ଏବଂ ଦ୍ୱିତୀୟରେ ୩ ୱିକେଟ୍ ନେଇଥିଲେ। କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ ଶନିବାର ମହମ୍ମଦ ଶାମିଙ୍କୁ ୧୦୦ନମ୍ବର ଜର୍ସି ଉପହାର ଦେଇଛି । ଏହି କାର୍ଯ୍ୟକ୍ରମରେ ଇଷ୍ଟ ଜୋନ୍ ଅଧିନାୟକ ଇଶାନ୍ କିଶନ୍, ଉପ-ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ଏବଂ ଦଳର ଖେଳାଳିମାନେ ଉପସ୍ଥିତ ଥିଲେ।
ଏାମି ଏ ପର୍ଯ୍ୟନ୍ତ ୯୯ ପ୍ରଥମ ଶ୍ରେଣୀ ମ୍ୟାଚରେ ୩୮୨ ଓିକେଟ୍ ନେଇଛନ୍ତି । କୌଣସି ଗୋଟିଏ ଇନିଂସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୯୦/୮ ରହିଛି । ସମ୍ମାନ ସମାରୋହରେ ଶାମିଙ୍କୁ ସିଏବି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସମ୍ମାନିତ କରିବେ । ଜଣେ ସଫଳ ଦ୍ରୁତ ବୋଲର ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସାମି ଆହତ ସମସ୍ୟାରୁ ସୁସ୍ଥ ହୋଇ ପୁଣିଥରେ ମଇଦାନକୁ ଫେରିବା ପରେ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କର ଏହି ନୂତନ ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କ୍ୟାରିୟର ପାଇଁ ନୁହେଁ, ବରଂ ବେଙ୍ଗଲ କ୍ରିକେଟ୍ ପାଇଁ ମଧ୍ୟ ଏକ ଗର୍ବର ବିଷୟ ଅଟେ।




