ଯୌନ ଉତ୍ପୀଡ଼ନ ମାମଲାରେ ହଲିଉଡ୍ ପ୍ରଯୋଜକ ହାର୍ଭି ୱିନଷ୍ଟେନଙ୍କୁ ୧୫ ବର୍ଷ କାରାଦଣ୍ଡ

ଯୌନ ଉତ୍ପୀଡ଼ନ ମାମଲାରେ ପୂର୍ବତନ ହଲିଉଡ୍ ନିର୍ମାତା ହାର୍ଭି ୱିନଷ୍ଟେନଙ୍କୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ବୁଧବାର ମ୍ୟାନହଟ୍ଟନ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଚଳିତବର୍ଷ ଏପ୍ରିଲରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦ ବର୍ଷ ତଳେ ଅର୍ଥାତ ୨୦୦୬ରେ ନିଜ ମ୍ୟାନହଟ୍ଟନ ଆପାର୍ଟମେଣ୍ଟରେ ମିରିଆମ ହାଲେ ନାମ୍ନୀ ଜଣେ ରିଅଲିଟି ସୋ’ ପ୍ରଡକ୍ସନ ଆସିଷ୍ଟାଣ୍ଟଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିଲେ ୭୪ ବର୍ଷୀୟ ୱିନଷ୍ଟେନ୍ ।

ଦଣ୍ଡାଦେଶ ଶୁଣାଣି ପୂର୍ବରୁ ପୀଡ଼ିତା ମହିଳା କୋର୍ଟରେ କହିଥିଲେ, ଏହି ଘଟଣା ମୋ ଜୀବନ ଉପରେ ସାଙ୍ଘାତିକ ପ୍ରଭାବ ପକାଇଛି । ମୋ ସୁରକ୍ଷା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ସମସ୍ୟା ମୋ ସହ ସବୁଦିନ ପାଇଁ ରହିଯିବ । ଏହା ମୋ ପାଇଁ ଏକ ଆଜୀବନ କାରାଦଣ୍ଡ ଭଳି । ସେହିଭଳି ପୂର୍ବରୁ ଦୁର୍ଷ୍କର୍ମ କିମ୍ବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଖଣ୍ଡନ କରିଆସୁଥିବା ହାର୍ଭି ୱିନଷ୍ଟେନ କୋର୍ଟରେ ହାଲେଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସୂଚନାଅନୁସାରେ, ୱିନଷ୍ଟେନ ୨୦୨୦ରେ ଅନ୍ୟ ଜଣେ ନବାଗତା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨୩ ବର୍ଷ କାରାଦଣ୍ଡାଦେଶ ହୋଇଥିଲା । କିନ୍ତୁ ନ୍ୟୁୟର୍କର ସର୍ବୋଚ୍ଚ ଅଦାଲତ ୨୦୨୪ରେ ଏହି ଦଣ୍ଡାଦେଶକୁ ଖାରଜ କରିଥିଲେ ।

Leave a Reply

Your email address will not be published. Required fields are marked *