ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି କଲେ ଏମିତି କାମ, ଶୁଭୁଛି ପ୍ରଶଂସାର ସ୍ରୋତ ..

ସବୁବେଳେ ପରୋପକାରୀ ପାଇଁ ପରିଚିତ ଅଭିନେତା ସୋନୁ ସୁଦ ପୁଣିଥରେ ନିଜର ମହାନତା ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ନେପାଳରେ ରାସୁୱା ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି କରିଛି । ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏହି ବିପର୍ଯ୍ୟୟ ପରେ ମଧ୍ୟ ଅନେକ ଭାରତୀୟଙ୍କ ପତ୍ତା ମିଳୁନି। ଏହି କଷ୍ଟକର ସମୟରେ ଭାରତ ସରକାର ନେପାଳ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏହାରି ମଧ୍ୟରେ ମାନବିକ କାର୍ଯ୍ୟ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା ସୋନୁ ସୁଦ ପୁଣି ଥରେ ନେପାଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସି ତାଙ୍କ ମହାନତା ପ୍ରଦର୍ଶନ କରିଛନ୍ତି। ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ପରେ ସୋନୁ ସୁଦ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେ ବନ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିବା ଏବଂ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ପହଞ୍ଚିଛନ୍ତି। ତାଙ୍କ ଦଳ ଭାରତରୁ ଆବଶ୍ୟକୀୟ ସାମଗ୍ରୀ ଆଣିଛି ଏବଂ ଆଗାମୀ ଦିନରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବ।

ନେପାଳରେ ପହଞ୍ଚିବା ପରେ ସୋନୁ ସୁଦ ବନ୍ୟା ପୀଡିତଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା କହିଛନ୍ତି, ଆମେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆସିଛୁ। ଆମେ ଭାରତରୁ ଯଥେଷ୍ଟ ପରିମାଣର ସାମଗ୍ରୀ ଆଣିଛୁ ଏବଂ ସେମାନଙ୍କ ଜୀବନକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବାକୁ ଆମେ ଚେଷ୍ଟା କରିବୁ। ଭାରତରୁ ସାମଗ୍ରୀ ପଠାଇବା କିଛିଟା ଚ୍ୟାଲେଞ୍ଜିଂ କାରଣ ଏଥିପାଇଁ ଯଥେଷ୍ଟ ମାନବଶକ୍ତି ଆବଶ୍ୟକ। କିନ୍ତୁ କେବଳ ଏହି ମାସରେ ନୁହେଁ, ଆଗାମୀ ମାସଗୁଡ଼ିକରେ ମଧ୍ୟ ସେମାନଙ୍କ ପାଖରେ ରିଲିଫ ଯୋଗାଣ ଜାରି ରହିବ। ସୁଦ ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଆଣିଛନ୍ତି। ତାଙ୍କ ଟିମ୍‌ ନିର୍ଦ୍ଦିଷ୍ଟ ଆବଶ୍ୟକତା ଚିହ୍ନଟ କରିବା ପାଇଁ ମଧ୍ୟ କାମ କରୁଛି।

ନେପାଳର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ନେପାଳ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। ବନ୍ୟା ଯୋଗୁଁ ହୋଇଥିବା ବିଶାଳ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସେ ଲୋକମାନଙ୍କୁ ନେପାଳ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *