ସ୍ୱର୍ଣ୍ଣ ପଦକ ଲଢେଇରେ ରଚିଲେ ଇତିହାସ, ୧୧୦୦୦ ରନ୍ ପୂରଣ

ମହିଳା କ୍ରିକେଟ୍ ଦଳର ଷ୍ଟାର ସ୍ମୃତି ମନ୍ଧନା । ସ୍ମୃତି ମନ୍ଧନା କ୍ରିଜରେ ଥିବା ବେଳେ କେବଳ ରନ୍ ହୁଏନାହିଁ, ଅନେକ ରେକର୍ଡ ମଧ୍ୟ ଭାଙ୍ଗିଥାଏ । ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ମ୍ୟାଚରେ ମନ୍ଧନା ମଧ୍ୟ ସମାନ ପ୍ରଦର୍ଶନ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ମନ୍ଧନା ୨ଟି ଛକା ମାରିବା ମାତ୍ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୧,୦୦୦ ରନ୍ କରିବାରେ ପ୍ରଥମ ମହିଳା କ୍ରିକେଟର ହୋଇଥିଲେ । ସ୍ମୃତି ମନ୍ଧନା ଏସିଆ କପ୍ ସମୟରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି । ସେ ୧୦୮୬୮ ରନ୍ କରିଥିବା ମିତାଲି ରାଜଙ୍କୁ ପଛରେ ପକାଇଛନ୍ତି । ଏବେ ମନ୍ଧନା ୧୧୦୦୦ ରନ୍ ପୂରଣ କରିଛନ୍ତି ।

ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ମୁକାବିଲା କଥା କହିବାକୁ ଗଲେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା । ସ୍ମୃତି ମନ୍ଧନା ୪୫ ବଲ୍‌ରେ ୭୯ ରନ୍ କରିଥିଲେ । ଯେଉଁଥିରେ ୫ ଚୌକା ଏବଂ ୭ ଛକା ସାମିଲ ଥିଲା । ଏହି ମ୍ୟାଚକୁ ୧୪୭ରନ୍‌ରେ ଜିତି ସ୍ୱର୍ଣ୍ଣ ପଦକ ଜିତିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ମାତ୍ର ୬୯ରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ବୋଲର ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ୍ ଏବଂ ଅଲରାଉଣ୍ଡର ଶେଫାଳି ବର୍ମାଙ୍କ ବୋଲିଂ ମ୍ୟାଜିକ୍ ଦେଖିବାକୁ ମିଳିଥିଲା ।ଏସିଆନ ଗେମ୍ସରେ ଭାରତର ସ୍ୱର୍ଣ୍ଣ ଖାତା ଖୋଲିଛି । ଭାରତ ଡିଫେଣ୍ଡିଂ ଚାମ୍ପିଅନ ଥିଲା ଏବଂ ଏଥର ବି ଚାମ୍ପଅନ୍ ହୋଇଛି ।

Leave a Reply

Your email address will not be published. Required fields are marked *