ମୁରିବାହାଲ ତା ୨୪/୫/୨୬(, ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୧୦ ଟି ପଞ୍ଚାୟତ ଅଧୀନ ୧୩ ଟି ଗ୍ରାମରେ ୧୯/୦୫/୨୬ ରୁ ୨୩/୦୫/୨୬ ପର୍ଯ୍ୟନ୍ତ “ଜନ ଭାଗିଦାରୀ ଅଭିଯାନ” ଆୟୋଜିତ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସ୍ୟାଚୁରେସନ କ୍ୟାମ୍ପ ଓ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅଭିଯାନ ମୁରିବାହାଲ ଗ୍ରାମପଞ୍ଚାୟତର ବନବହାଲ, ହଲଦୀ ଗ୍ରାମପଞ୍ଚାୟତର କର୍ଲାପିଟା, ପତ୍ରାପାଲି (ଖ) ଗ୍ରାମପଞ୍ଚାୟତର ପତ୍ରାପାଲି, ବାଙ୍କେଲ ଗ୍ରାମପଞ୍ଚାୟତର ରନାବନ୍ଧ, ଡଙ୍ଗରପଡା ଗ୍ରାମପଞ୍ଚାୟତର ଡଙ୍ଗରପଡା, ଗୁଡିଘାଟ ଗ୍ରାମପଞ୍ଚାୟତର ବାରବନ୍ଧ ଓ ବାବେଜୁରି, ବାନ୍ଦୁପଲା ଗ୍ରାମପଞ୍ଚାୟତର ଜମୁନାବାହାଲ , ଚନାବାହାଲ ଗ୍ରାମପଞ୍ଚାୟତର କୁର୍ଲୁବାହାଲ, ଇଚ୍ଛାପଡା ଗ୍ରାମପଞ୍ଚାୟତର ସର୍ଗୁଲ, ଭଣ୍ଡାରବାଞ୍ଜି ଓ କତରଲାଗା, ଏବଂ ମାଲିସିରା ଗ୍ରାମପଞ୍ଚାୟତର ଚିକିନିବାହାଲି ଗ୍ରାମରେ ଆୟୋଜିତ ହୋଇଥିଲା।
ଅଭିଯାନ ସମୟରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ପାନୀୟ ଜଳ, କୃଷି ଉନ୍ନତି ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯୋଗାଣ ବିଭାଗ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆଇସିଡ଼ିଏସ , ପାନୀୟ ଜଳ ବିଭାଗ ସହିତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରପଞ୍ଚ, ପିଇଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।




