ଜିଲ୍ଲା ଯୋଗାଣ ସହାୟକ ସଙ୍ଘ ଙ୍କ ଜରୁରୀ ବୈଠକ ।

କୋମନା ବ୍ଲକ କୁରେଶ୍ୱର ଗ୍ରାମ ପଞ୍ଚାୟତ ନିକଟ କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା ଯୋଗାଣ ସହାୟକ ସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲାର ପାଞ୍ଚଟି ବ୍ଲକର ଯୋଗାଣ ସହାୟକ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସଂଘର ସଭାପତି ନରେନ୍ଦ୍ର ବାଗ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପିତାମ୍ବର ସଗରିଆ ମଞ୍ଚ ପରିଚାଳନା କରିଥିଲେ ।

ଯୋଗାଣ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଓ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ଚାଉଳ ଦୀର୍ଘ ଏକ ମାସ ହେବ ପଞ୍ଚାୟତ ରେ ଗଛିତ ଥିବାବେଳେ ବଣ୍ଟନ ଆଦେଶ ମିଳିନଥିବାରୁ ବର୍ତ୍ତମାନ ର ଗ୍ରୀଷ୍ମ ଉତ୍ତାପ ହେବାରୁ ଚାଉଳ ଶୁଖିଯିବାର ସମ୍ଭାବନା ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଏହିଭଳି ବିଭିନ୍ନ ସମସ୍ୟା ଗୁଡିକଉପରେ ବୈଠକରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ନୂଆପଡ଼ା ବ୍ଲକରୁ ଉଭେ ରାମ ଗୌଡ଼, ସିନାପାଲି ବ୍ଲକରୁ ସଦନ ପଟେଲ, ଖଡ଼ିଆଳ ବ୍ଲକରୁ ମନୋଜ ଜଗତ, ବୋଡେ଼ନ ବ୍ଲକରୁ ପ୍ରେମ ବିଶ୍ୱାଳ, କୋମନା ବ୍ଲକରୁ ଉପେନ୍ଦ୍ର ନାୟକ, ଗୌତମ ଭୋଇ ଓ ରତନଲାଲ ସହିସ ବୈଠକକୁ ସୁଚାରୁ ରୂପେ ପରିଚାଳନା ପାଇଁ ସହଯୋଗ କରିଥିଲେ । ଏହି ବୈଠକ ରେ ସମୁଦାୟ ପ୍ରାୟ ୩୫ ଜଣ ଯୋଗାଣ ସହାୟକ ଉପସ୍ଥିତ ଥିଲେ ।ଶେଷରେ ଶ୍ରୀ ସଗରିଆ ଙ୍କ ଦ୍ୱାରା ଧନ୍ୟବାଦଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *