ମାଲକାନଗିରି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ ଠାରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଯଗ୍ମଅଭି ଯୋଗ ଶୁଣାଣୀ ଶିବିର ଅନୁଷ୍ଠିତହୋଇ ଯାଇଛି । ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ତପନ କୁମାର ସେନାପତିଙ୍କ ଅଧ୍ୟ କ୍ଷତାରେ ଅତିରିକ୍ତ ତହସିଲଦାର ଉମେଶ ପୁଜାରୀ, ସିନ୍ଧ୍ରିମାଳ ସରପଂଚ ଘାସି ନାୟକ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ, ଯୋଗାଣ ନିରୀ କ୍ଷକ ରାଜେଶ ଶବର, ତଥା ବନ ବିଭାଗ, ପୋଲିସ ପ୍ରଶାସନ, ରାଜସ୍ୱ ବିଭାଗ, ତଥା ସମସ୍ତ ବିଭାଗର ବ୍ଲକ ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଅଭି ଯୋଗ ଶୁଣାଣୀ କରିବା ସହ ଏହାର ସମାଧାନ କରିଥିଲୋ ଆଜିର ସମୁଦାୟ ୮୬ଟି ଅଭି ଯୋଗ ଶୁଣାଣୀ ହୋଇଥିବା ବେଳେ ସେଥିମଧ୍ୟରୁ ୨୩ଟି ଅଭି ଯୋଗର ସମାଧାନ କରା ଯାଇଥିଲ।। ଅଭିଯୋଗ ଗୁଡିକ ମଧ୍ୟରୁ ଧାନମଣ୍ଡି ସମସ୍ୟା, ବାର୍ଧକ୍ୟ ଭତା, ଘରବାଡି ପଟ୍ଟା, ଜଙ୍ଗଲ ଜମି ପଟ୍ଟା, ପକ୍କା ଗୃହ ଯୋଜନା, ପାନୀୟ ଜଳ ସମସ୍ୟା ଓ ଗ୍ରାମାଂଚଳର ବିଭିନ୍ନ ଉନ୍ନୟନ ମୂଳକ କା ର୍ଯ୍ୟ ସମ୍ପର୍କରେ ଅଭି ଯୋଗ କରା ଯାଇଥିଲା ।
ବିଶେଷ କରି ଚଳିତ ବର୍ଷ ଲ୍ୟାମ୍ପ ଦ୍ୱାରା ପରିଚାଳିତ ଧାନମଣ୍ଡିରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଚାଷୀ ମାନେ ଅଭି ଯୋଗ କରିଥିଲୋ ଧାନମଣ୍ଡିରେ ଅବ୍ୟବସ୍ଥା ହେବା ସହ ଲ୍ୟାମ୍ପସ୍ କର୍ତୁପ କ୍ଷଙ୍କ ଚାଷୀମାରଣ ନୀତି ଓ ଦଲାଲ ମାନଙ୍କୁ ଅଗ୍ରାଧିକାର ଦେଇ ମଣ୍ଡିରେ ଚାଷୀ ମାନେ ହଇରାଣ ହେଉଥିବା ଅଭି ଯୋଗ କରିଥିଲୋ ଆସନ୍ତା ବର୍ଷ ଲ୍ୟାମ୍ପସ୍ କୁ ମଣ୍ଡି ପରିଚାଳନା ଦାୟିତ୍ୱରୁ ବାଦ୍ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଏମ୍.ଭି. ୧୧ ଧାନମଣ୍ଡି ପରିଚାଳନା ଦାୟିତ୍ୱ ଦେବା ନିମନ୍ତେ ଚାଷୀକୁଳ ଦାବି କରିଛନ୍ତିା ଏ ସମ୍ପର୍କରେ ଗୋଷ୍ଠି ଉନ୍ନୟନ ଅଧିକାରୀ ତପନ କୁମାର ସେନାପତିଙ୍କୁ ପଚାରିବାରୁ ଧାନମଣ୍ଡି ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଅବଗତ କରା ଯାଇ ଆଗାମୀ ଦିନରେ କିଭଳି ସୁରୁଖୁରୁରେ ଧାନମଣ୍ଡି ପରିଚାଳନା ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରା ଯିବା ସହ ଅନ୍ୟ ସମସ୍ୟା ଗୁଡିକର ସମାଧାନ କରା ଯିବ ବୋଲି ସେ ପ୍ରକାଶ କରିଛନ୍ତିା ଅନ୍ୟ ଦିଗରେ ଲ୍ୟାମ୍ପ୍ସ କୁ ଧାନମଣ୍ଡିରୁ ବାଦ୍ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଅଗ୍ରାଧିକାର ଦିଆ ଯିବା ନିମନ୍ତେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଧାନମଣ୍ଡି ପରିଚାଳନା କରା ଯିବ ବୋଲି ସରପଂଚ ଶ୍ରୀ ନାୟକ ପ୍ରକାଶ କରିଛନ୍ତିା




