ବରୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଲଚଲ: ଜେନ-ଜି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି ରତିକାନ୍ତ ରାଜବଂଶୀ

ବରୀ ବିଜେପିର ଗଡ଼ କୁହାଯାଉଥିବା ବରୀ ନିର୍ବାଚନ ମଣ୍ଡଳୀରେ ଅନେକ ବରିଷ୍ଠ ଓ ପ୍ରଭାବଶାଳୀ ନେତା ଥିବା ସତ୍ତ୍ୱେ, ବର୍ତ୍ତମାନର ଯୁବପିଢ଼ି ତଥା ଜେନ-ଜି ମଧ୍ୟରେ ରତିକାନ୍ତ ରାଜବଂଶୀଙ୍କୁ ନେଇ ଏକ ଅଦ୍ଭୁତପୂର୍ବ କ୍ରେଜ୍‌ ବା ପାଗଳପନ ଦେଖିବାକୁ ମିଳିଛି।

ଏହାର ସବୁଠାରୁ ବଡ଼ କାରଣ ହେଉଛି ରାଜବଂଶୀ ପରିବାରର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ସେମାନଙ୍କର ପ୍ରାୟ ୪୦ ବର୍ଷର ଅପରାଜେୟ ରାଜନୈତିକ ଟ୍ରାକ୍ ରେକର୍ଡ। ମାତ୍ର ୧୮ ବର୍ଷ ବୟସରେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜି’ର ସଭାପତି ଭାବେ ନିର୍ବାଚିତ ହୋଇ ନିଜର ଛାତ୍ର ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ରତିକାନ୍ତ, ଆଜି ଜଣେ ପରିପକ୍ୱ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ଉଭା ହୋଇଛନ୍ତି।

ସାଧାରଣତଃ ଆଜିକାଲିର ରାଜନୀତିରେ ଉଚ୍ଚଶିକ୍ଷିତ ବ୍ୟକ୍ତିତ୍ୱ ବିରଳ ମନେହେଉଥିବା ବେଳେ, ରତିକାନ୍ତଙ୍କର ଫାଇନାନ୍ସ କ୍ଷେତ୍ରରେ ପିଏଚ୍‌ଡି ଭଳି ଏକ ସୁଦୃଢ଼ ଶୈକ୍ଷିକ ଯୋଗ୍ୟତା ରହିଛି, ଯାହା ଅଞ୍ଚଳର ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲକୁ ତାଙ୍କ ପ୍ରତି ବେଶ୍‌ ଆକୃଷ୍ଟ କରୁଛି। କେବଳ ସେତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଦେଖିବାକୁ ମିଳିଛି ପ୍ରଭାବଶାଳୀ ଉପସ୍ଥିତି।

ତାଙ୍କର ପ୍ରତିଟି ପୋଷ୍ଟ ଓ ବାର୍ତ୍ତା କୋଟି କୋଟି ଜନତାଙ୍କ ପାଖରେ ପହଞ୍ଚି ଡିଜିଟାଲ୍ ଦୁନିଆରେ ହଲଚଲ ସୃଷ୍ଟି କରୁଛି।

୪୦ ବର୍ଷର ପାରିବାରିକ ରାଜନୈତିକ ଅଭିଜ୍ଞତା ଥାଇ ସୁଦ୍ଧା ତାଙ୍କର ଅତ୍ୟନ୍ତ ନମ୍ର, ସରଳ ସ୍ୱଭାବ ତାଙ୍କୁ ଜନସାଧାରଣଙ୍କ ସହ ସହଜରେ ଯୋଡ଼ିପାରୁଛି। ଯୁବମାନସର ନାଡ଼ିକୁ ଚିହ୍ନିପାରୁଥିବା ରତିକାନ୍ତଙ୍କ ପ୍ରତି ବରୀ ଅଞ୍ଚଳର ଏହି ‘ଜେନ-ଜି’ କ୍ରେଜ୍‌ ଆଗାମୀ ଦିନରେ ତାଙ୍କୁ ରାଜନୀତିର ଏକ ଉଚ୍ଚ ଶିଖରରେ ପହଞ୍ଚାଇବା ସହ ତାଙ୍କର ପ୍ରଗତିର ଗତିକୁ ଆହୁରି ଦ୍ରୁତ କରିବ ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି।
ବରୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଲଚଲ: ଜେନ-ଜି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି ବିଜେପି ଯୁବ ନେତା ରତିକାନ୍ତ ରାଜବଂଶୀ

Leave a Reply

Your email address will not be published. Required fields are marked *