ପଞ୍ଚାୟତ ନିର୍ବାଚନ ପୂର୍ବରୁ କଣ୍ଟାବାଞ୍ଜି ରାଜନୀତିରେ ବଡ଼ ଚର୍ଚ୍ଚା। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଶାଳ ମିଶ୍ରଣ ପର୍ବ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ ଜଣ ବ୍ଲକ ଅଧ୍ୟକ୍ଷ, ୫୦ରୁ ଅଧିକ ସରପଞ୍ଚ ଓ ବହୁ ସମିତି ସଭ୍ୟ ବିଜେପିରେ ଯୋଗଦେଇଛନ୍ତି।
ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା,ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା
ଏମାନଙ୍କ ସହ ବହୁ ସଂଖ୍ୟକ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଏବଂ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ, ଏଭଳି ବୃହତ୍ ମିଶ୍ରଣ ପର୍ବକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ସାଙ୍ଗଠନିକ ପ୍ରସ୍ତୁତି ଓ ଶକ୍ତି ସଂଗଠନର ସଙ୍କେତ ଭାବେ ଦେଖାଯାଉଛି।




