ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ

ନୂଆପଡା ତା: ୦୫/୦୬/୨୦୨୬ ରିଖ(ପ୍ରତ୍ୟୁଷ ରଞ୍ଜନ ପାଣିଗ୍ରାହୀ )- ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ନୂଆପଡ଼ା ସିଲଦା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଶୁଭାରମ୍ଭ କରିଥିଲେ ।

ଶୋଭାଯାତ୍ରାରେ ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ନବନୀତା ଦାଶ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂହ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଖଡ଼ିଆଳ ଅଜିଜ ଖାନ୍, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ), ନୂଆପଡ଼ା ସମୀର କୁମାର ସାହୁ, ସିଆରପିଏଫ କମାଣ୍ଡାଣ୍ଟ ଦୀପକ ମଣି ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଏ.ସି.ଏଫ୍ ଅଜୟ ଖେସ୍, କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ବଳରାମ ମିଶ୍ର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଗଣ, ଶିକ୍ଷକ ଶିକ୍ଷୟିତ୍ରୀ, ବନ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ଏସଏଚଜି କର୍ମକର୍ତ୍ତା ଓ ପ୍ରାଧିକରଣର ଆଇନ ସେବା ପ୍ରତିପକ୍ଷ ଓକିଲମାନେ ଓ ବିନ୍ଦୁ ହରିଜନଂକ ସମେତ ଅନ୍ୟ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ଏହାପରେ ଉକ୍ତ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ସମସ୍ତଙ୍କ ସହ‌ଯୋଗରେ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷଣାର ଏକ ବର୍ଷ ପୂର୍ତ୍ତିରେ ରେ ପରିବେଶ ସୁରକ୍ଷା ପାଇଁ କରାଯାଇଥିବା କାର୍ଯ୍ୟକଳାପ ବିଷୟରେ ଆଲୋଚନା ହୋଇଥିଲା । ଏହି ଉପଲକ୍ଷେ ବନ ବିଭାଗ ତରଫରୁ ବିଭିନ୍ନ ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ରୂପେ ପରିବେଶ ସଂରକ୍ଷଣ ପାଇଁ କାମ କରିଥିବା ବ୍ୟକ୍ତିମାନଂକୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ପରିବଶ ସୁରକ୍ଷା ଆଇନ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଓ କଠିନ ବର୍ଯ୍ୟବସ୍ତୁ ପରିଚାଳନା ନିୟମାବଳୀ, ୨୦୨୬ ବିଷୟରେ ଆଲୋକପାତ କରିଥିଲେ । ସଚେତନତା କାର୍ଯ୍ୟକ୍ରମ ଉପରାନ୍ତେ ପ୍ରାଧିକରଣ ପକ୍ଷରୁ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ଆୟୋଜନ କରାଯାଇ ପ୍ରାୟ ୮୭ କେଜି ପ୍ଲାଷ୍ଟିକ ଆବର୍ଜନା ସଫା କରାଯାଇଥିଲା ।

Leave a Reply

Your email address will not be published. Required fields are marked *