ବିଧାୟକଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ୟାର ସମାଧାନ ପାଇଁ ତୁରନ୍ତ ନିର୍ଦ୍ଦେଶ

ଯାଜପୁର, ୨ । ୭ : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଲୟରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅଧିବାସୀଙ୍କ ଆପତି ଅଭିଯୋଗ ଶୁଣୀ ସମସ୍ୟା ଗୁଡିକର ସମାଧନ କରିଛନ୍ତି । ବିଧାୟକଙ୍କ ଜନଶୁଣାଣୀରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ଲୋକମାନେ ପହଁଚି ବିଶେଷ କରି ଅବାସ ଗୃହ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହୟତା, ରାସନ କାର୍ଡ, ଭତା,ଜମିପଟା ଏବଂ ରୋଗରେ ପଡିଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ଲୋକେ ବିଧାୟକଙ୍କୁ ଭେଟି ନିଜର ଅଭିଯେଗମାନ କରିଥିଲେ । ବିଧାୟକ ଶ୍ରୀ ସାହୁ ଅନେକ ସମସ୍ୟା ସମାଧନ କରିବା ସହ ସମୟ ସାପେକ୍ଷ କେତେକ ସମସ୍ୟାକୁ ସମାଧାନ କରିବା ଲାଗି ଦାୟିତ୍ୱରେ ଥିବା ନିଜର କର୍ମକର୍ତାମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ବିଜେପି ସରକାର ହେବାକୁ ୨ ବର୍ଷ ବିତିଯାଇଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରକଳ୍ପେ ବିଧାୟକ ଶ୍ରୀ ସାହୁ ଅନେକ ଯୋଜନା ପ୍ରସ୍ତୁତ କରିବା ସହିତ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଏହି ଦୁଇ ବର୍ଷ ଭିତରେ ବିଧାୟକ ଶ୍ରୀ ସାହୁ ଅନେକବାର ନିଜ କାର୍ଯ୍ୟାଳୟରେ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ବିଧାୟକ ଶ୍ରୀ ସାହୁ ପ୍ରତ୍ୟକ୍ଷ ଭାବେ ଲଗାତାର ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କର ସମସ୍ୟା ସମାଧାନ କରିବାରେ ସଫଳ ହୋଇଥିବାରୁ ସାଧାରଣରେ ପ୍ରସଂଶିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *