ବିଜେଡି ସାଙ୍ଗଠନିକ ବୈଠକ: ସଂଗଠନକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଲେ ଗିରିରାଜ ଭୋଇ

ମୁରିବାହାଲ,ତା ୮/୦୭/୨୬ (ଭଗବାନ ମହାନ୍ତି ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ବିଜୁ ଜନତା ଦଳ ତୁରେକେଲା ବ୍ଲକ ୧୦ ନଂ ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଏଲ୍ଏ ଓ ସୋସିଆଲ ସଦସ୍ୟଙ୍କ ସମେତ ସକ୍ରିୟ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ଯୁବ ନେତା ଗିରିରାଜ ସିଂ ମାଝୀ ବୈଠକରେ ଯୋଗଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଶ୍ରୀ ମାଝୀ କହିଲେ ଯେ, ଏସ୍.ଆଇ.ଆର ତାଲିକାରୁ ପ୍ରାୟ ୨୦ ହଜାର ଭୋଟରଙ୍କ ନାମ କଟିଛି। ସେଗୁଡିକ ଠିକ୍ ଅଛି ନା ଭୁଲ୍ ତାହାର ତଦାରଖ କରିବାକୁ ସେ କର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ଆଉ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରାଇବା ପାଇଁ ତୃଣମୂଳ ସ୍ତରରେ କାମ କରିବାକୁ ପଡିବ। ଆଗାମୀ ଦିନରେ ତୁରେକେଲା ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସେ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଦଳୀୟ କର୍ମୀମାନେ ଗାଁ ଗାଁ ବୁଲିବେ। ଏହି ବୈଠକରେ ବିଜେଡି ନେତା ଆଶାଦୁଲ୍ଲା ଖାଁ, ବିଶ୍ୱନାଥ ସାହୁ, ପ୍ରସୁଦନ ମାଝୀ, ଯଶୋବନ୍ତ ମାଝୀ, ଦୈତାରି ଭୋଇ, ବିଷ୍ଣୁ ପ୍ରସାଦ ଯୁଏଡ, ଲକ୍ଷ୍ମଣ ପୁଟେଲ, ପର୍ମେ ମେହେର, ଘାସି ସାହୁ, ସରୋଜ କୁମାର ମେହେର, ହସ୍ତା ଧରୁଆ, ସୁବାସ ସାହୁ, ଅର୍ଜ୍ଜୁନ ଧରୁଆ, ମକାରୁ ଧରୁଆ, ରତନ ମେହେର, ନବରଙ୍ଗ ଦାସ, ପିତବାସ ମେହେର, ଉପେନ୍ଦ୍ର ମେହେର, ଧନଞ୍ଜୟ ପୁଟେଲ, ମାଧୁରୀ ଶବର, ପବିତ୍ର ହଂସ, ଭକ୍ତବନ୍ଧୁ ହଂସ ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *