ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ମହାମନ୍ଥନ; ପଦାଧିକାରୀଙ୍କୁ ଦେଲେ ବିଜୟର ଗୁରୁମନ୍ତ୍ର

ଆଜି ଜିଲ୍ଳା ବିଜେପି କାର୍ଯ୍ୟାଳୟ ଠାରେ ମାସିକ ପଦାଧିକାରୀ ବୈଠକ ଆୟୋଜିତ ହୋଇଜାଇଛି । ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ଅଧକ୍ଷତା ରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ମଂଚାସୀନ ହୋଇଥିଲେ ।
ପ୍ରଥମେ ଅତିଥି ମାନେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନଦୟାଲ ଉପାଧ୍ୟୟଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦିପ ପ୍ରଜ୍ବଳନ କରିଥିଲେ । ବନ୍ଦେ ମାତରଙ୍ଗ ସମୂହ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଲାର ସମସ୍ଥ ୧୮ ଗୋଟି ମଣ୍ଡଳରୁ ଆସିଥିବା ସଭାପତି ଓ ଅନ୍ୟ ପଦାଧିକାରୀ ଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଭାଜପା ସଂଗଠନ କୁ ଅଧିକ କ୍ରିୟାଶୀଳ କରିବା ସହ ବୁଥ ସ୍ଥରରେ ଓ ଶକ୍ତି କେଦ୍ର ଗୁଡିକରେ ପ୍ରସିକ୍ଷଣ ମାଧ୍ୟମରେ ସଂଗଠନ କୁ ଅଧିକ ଶକ୍ତିଶାଳୀ କରିବା ସହ ଆଗାମୀ ନିର୍ବାଚନରେ ମଣ୍ଡଳ ସ୍ଥରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା ସୁଭଦ୍ରା,ଅଟଳ ପେନସନ, ରାସନକାର୍ଡରେ.ଅଧିକ ୫ କିଲୋ ଚାଉଳ ଭଳି ଜନକଲ୍ୟାଣ ଯୋଜନା କୁ ନେଇ ନିଜନିଜ ବୁଥ ତଥା ମଣ୍ଡଳ ରେ ବ୍ୟାନର ମାଧ୍ୟମରେ ପଦର୍ଶିତ କରିବାକୁ ଶ୍ରୀ ମହାନ୍ତି ମତ ଦେଇଥିଲେ ।

ଏହାସହ ଓଡିଶା ସାରା ବିକାଶ ଧାରା ମାଧ୍ୟମରେ ଅଧିକ ରୁ ଅଧିକ ଲାଭାର୍ଥିଙ୍କୁ ଯୋଡିବାକୁ ମତଦେଇଥିଲେ । ଏଥିସହ ସାମଜିକ କର୍ମୀ, ସଂଗଠନ,ସ୍ୱୟଂ ସହାୟକଗୋଷ୍ଠୀ,ଏନଜିଓ,ଟ୍ରସ୍ଟ , ଈ ଭୋଟର ଙ୍କୁ ଦଳ ସହ ଯୋଡିବାକୁ ନିର୍ଦେଶ ଦେଇଥିଲେ । ଯାହାଦ୍ୱାରା ଆଗାମୀ ନିର୍ବାଚନ ସମୟରେ ଏହା ଅଧିକ ସହାୟକ ହେବ । ଏହା ସହ ଶ୍ରୀ ମହାନ୍ତି ବୈଠକ ରେ ଉପସ୍ଥିତ ପଦାଧିକାରୀଙ୍କ ସହ ବିଚାର ବିମର୍ଶ କରିବା ସହ ଅସୁବିଧା ଗୁଡିକର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ବୈଠକ ଶେଷରେ ଶ୍ରୀ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂଙ୍ଗ ମାଡକାମୀ ,ସ୍ୱତନ୍ତ୍ର ଉନ୍ନୟ ପରିଷଦ ଅଧକ୍ଷ ଗଙ୍ଗା ସୋଡି, ଅଧକ୍ଷା ସାବିତ୍ରୀ ପଡ଼ିଆମି ,ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ଶୀଶା, ବାଲିମେଳା ନଗରପାଳ ପ୍ରଦୀପ ନାୟକ ,ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ଜିଲ୍ଲା ଅଧିକାରୀଙ୍କ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତି , ନବଘନ ଲୋକେଇ କୋଷାଧକ୍ଷ ସଞ୍ଜୟ ସରକାର ,ବିଧାୟକ ପ୍ରତିନିଧି ନିହାର ରାୟ, ଭବାନୀ ମୁଖାର୍ଜୀ, ସୁଲତା ମଣ୍ଡଳ,ପ୍ରମିଳା ଦାସ , ଦେବି ମାଡି ,ସବିତା ମିଶ୍ର ,ଇ ଭେଙ୍କଟ ରାଓ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସମେତ ଅନେକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥଲେ ।

Leave a Reply

Your email address will not be published. Required fields are marked *