ଆବୁଧାବିସ୍ଥିତ ଓଡ଼ିଆ ସମାଜର ମହିଳାମାନେ ପାରମ୍ପରିକ ରୀତିନୀତି ସହ ଉତ୍ସାହ ଓ ଆନନ୍ଦର ସହିତ ରଜ ପର୍ବ ପାଳନ କରିଛନ୍ତି।”

ଆବୁଧାବି, 14 ଜୁନ : ଆବୁଧାବିସ୍ଥିତ ଓଡ଼ିଆ ସମାଜର ମହିଳାମାନଙ୍କ ପକ୍ଷରୁ ପବିତ୍ର ରଜ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଛି। ଏହି ଅବସରରେ ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ରଜର ବିଭିନ୍ନ ରୀତିନୀତି ପାଳନ କରିଥିଲେ। ପାରମ୍ପରିକ ରଜଗୀତ, ଦୋଳି ଖେଳ, ପିଠାପଣା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।

ଉପସ୍ଥିତ ମହିଳାମାନେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପ୍ରବାସୀ ମାଟିରେ ଜୀବନ୍ତ ରଖିବା ପାଇଁ ଏପରି ଆୟୋଜନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ରଜ ପର୍ବ ମାଧ୍ୟମରେ ପ୍ରବାସୀ ଓଡ଼ିଆ ପରିବାରମାନଙ୍କ ମଧ୍ୟରେ ସମ୍ପ୍ରୀତି ଓ ଭାତୃତ୍ୱର ବାର୍ତ୍ତା ପ୍ରସାରିତ ହୋଇଥିଲା।

କାର୍ଯ୍ୟକ୍ରମରେ ଆବୁଧାବିର ପ୍ରାୟ 80 ରୁ ଉର୍ଦ୍ଧ୍ବ ସଂଖ୍ୟକ ଓଡ଼ିଆ ମହିଳା ଯୋଗଦେଇ ରଜ ପର୍ବର ମହତ୍ତ୍ୱ ଓ ଗୌରବକୁ ସ୍ମରଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସିପ୍ରା ଦାସ, ଅସ୍ମିତା ପଟେଲ, ଅର୍ଚ୍ଚନା ନାୟକ,ସୁଭ୍ରା ସାମଲ,ନୀତାଶା ବେହେରାଙ୍କ ତତ୍ତ୍ବା ଅବଧାନ ରେ ସୁଚାରୁ ରୁପରେ ପରିଚାଳନା କରାଯାଇ ଥିଲା ଶେଷରେ ସମସ୍ତେ ଏକାଠି ହୋଇ ରଜ ପର୍ବର ଶୁଭେଚ୍ଛା ବିନିମୟ କରିବା ସହିତ ରଜ ପୋଡ ପିଠା, ରଜ ପାନ ଏବଂ ଉପହାର ର ଆଦାନ ପ୍ରଦାନ କରିଥିଲେ ଓଡ଼ିଆ ସମାଜ ର ସମସ୍ତ କାର୍ଯ୍ୟକ୍ରତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *