ଗାଁକୁ ପକ୍କା ରାସ୍ତା ନାହିଁ । ଏଥିଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ। ବାଟରେ ଅଟକି ରହିଥିଲା। ଫଳରେ ଆଶାକର୍ମୀଙ୍କ ସହାୟତାରେ ଦୀର୍ଘ ୪ କିମି ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି ଜଣେ ଗର୍ଭବତୀ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ନେଇ ମେଡିକାଲ୍ ଭର୍ତ୍ତି କରାଯାଇଛି। ଜନନୀ ଯନ୍ତ୍ରଣାର ଏଭଳି ବିକଳଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତର ଅନ୍ଧାରି ଗାଁରେ। ମହିଳା ଜଣଙ୍କ ହେଲେ ଗାଁର ଲିଜା ପ୍ରଧାନୀ। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଗାଁର ପୂର୍ଣ୍ଣ ପ୍ରଧାନୀଙ୍କ ସ୍ତ୍ରୀ ଲିଜାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ପୂର୍ଣ୍ଣ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ତାଙ୍କ ଘରେ ପହଞ୍ଚି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବରପାଇ ଗୋଷ୍ଠୀ
ସ୍ବାସ୍ଥ୍ୟ କେନ୍ଦ୍ର ରୁ ଆମ୍ବୁ ଲାନ୍ସ ଗାଁ ଅ ଭ୍ୟ ମ. ଖ ବା ହାରି ଥି ଲା ।
କିନ୍ତୁ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆଗକୁ ଯାଇନପାରି ୪ ଦୂର କୋରାପୁଟ ଜିଲ୍ଲା ଜବାଗଡ଼ ଛକ ନିକଟରେ ଅଟକି ରହିଥିଲା । ସେପଟେ ଅନ୍ୟ ଉପାୟ ନପାଇ ଯନ୍ତ୍ରଣାରେ ଛଟପଟ ହୋଇ ଲିଜା ଆଶାକର୍ମୀଙ୍କ ଓ ସମ୍ପର୍କୀୟଙ୍କ ସହାୟତାରେ ଦୀର୍ଘ ୪ କିମି ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍ସରେ ନେଇ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ସୂଚନାଥାଉକି, ପକ୍କା ରାସ୍ତା ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ବହୁବାର ଦାବି କରି ଆସୁ ଛନ୍ତି। ତଥାପି କୌଣସି ସୁଫଳ ମିଳୁନି। ଗାଁକୁ ପକ୍କା ରାସ୍ତା ନଥି ବାରୁ ବିଭିନ୍ନ ସମୟରେ ଗୁରୁତର ରୋଗୀ ଓ ଗର୍ଭବତୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ଗାଁ ଲୋକେ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।




