ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରସୁଲପୁର ବ୍ଲକ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ କୁଜିବର ଗ୍ରାମର ସ୍ବର୍ଗତ ବିଜୟ କୁମାର ମଲ୍ଲିକଙ୍କ କନ୍ୟା ମଧୁପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ପ୍ରଥମ ବର୍ଷର ଛାତ୍ରୀ । ଛାତ୍ରୀ ଜଣକ ରି - ଆଡ଼ମିଶନ ପାଇଁ ଅର୍ଥ ବାଧକ ସାଜିବାରୁ ପାଠପଢା ବନ୍ଦ କରିବାକୁ ତାଙ୍କ ମାଆ ମଣିମାଳା ମଲ୍ଲିକ ନିଷ୍ପତି ନେଇଥିଲେ ।
ମଣିମାଳା କିଛି ବର୍ଷ ହେବ ନିଜର ସ୍ବାମୀ ଓ ପୁଅକୁ ହରାଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ।ଖବର ପାଇ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ପଣ୍ଡା,କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଉପସଭାପତି ସଙ୍ଗୀତା ଆଚାର୍ଯ୍ୟ, ଯତୀଶ ଚନ୍ଦ୍ର ମହାନ୍ତି,ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ, ଉପଦେଷ୍ଟା ଅରବିନ୍ଦ ଦାଶ, ବିଷ୍ଣୁ ଚରଣ ସାମଲ, ବୃନ୍ଦାବନ ପାଢ଼ୀ, ସନ୍ତୋଷ ଦାସ,ଶୁଭାଶିଷ ନାୟକ, ପ୍ରଭାସିନୀ ମଲ୍ଲ,ଅଶୋକ କୁମାର ସାହୁ, ମନସ୍ଵିନୀ ସାହୁ, ଶିବାନନ୍ଦ ପଣ୍ଡା, ଶିବରାମ ନନ୍ଦ, କୁଳମଣୀ ନାୟକ , ସନ୍ତୋଷ କୁମାର ନାୟକ ପ୍ରମୁଖ ତାଙ୍କ ବାସ ଭବନ ରେ ପହଞ୍ଚି ରି - ଆଡ଼ମିଶନ ଫି ସହିତ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିବାକୁ ସମ୍ପାଦକ ଗୋପାଳ ପାତ୍ର ପ୍ରତିଶୃତି ଦେଇଛନ୍ତି।