ଗ୍ରାମ୍ୟଉନ୍ନୟନ ର ପାଣି ରାସ୍ତା କୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ

ପୁରୀ ଜିଲ୍ଲା (ସୁଲତା ସାହୁ )ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଓଲରା ଗ୍ରାମ ରାସ୍ତା କାର୍ଯ୍ୟ ପୂରଣ ହେବାରେ ଦୀର୍ଘ ବର୍ଷ ପରେ ମରାମତି କାର୍ଯ୍ୟ କୁ ୫ ମାସ ବିତିନି ମାତ୍ର ରାସ୍ତା ରେ ବର୍ଷା ହେଲେ ଜମିରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି. ନାହିଁ ନଥିବା ଅବସ୍ଥା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ. କେବଳ ଗ୍ରାମବାସୀ ନୁହନ୍ତି ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡି ର କୁନିକୁନି ଛାତ୍ରଛାତ୍ରୀ ମାନେ. ବର୍ଷା ଅସରାଏ ହେଲେ ରାସ୍ତା ରେ ପ୍ରାୟ ୪୦ ରୁ ୫୦ ମିଟର ପର୍ଯ୍ୟନ୍ତ ଖାଲୁଆ ସ୍ଥାନ ରେ ପାଣି ଜମି ରହି ସୃଷ୍ଟି କରିଛି କୃତ୍ରିମ ବନ୍ୟା ତ ନୁହେଁ ନର୍ଦ୍ଧମା।

ମାଣ୍ଡୁକି ପଞ୍ଚାୟତ ଓଲରା ଗ୍ରାମ ର ଭାଗବତ ଗୃହ ଠାରୁ ଓଲରା ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଯାହା ହେବାର ୪ ରୁ ୫ ମାସ ବିତିନି ମାତ୍ର ଜମୁଛି ପାଣି.ଏହି ରାସ୍ତା ରହିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ. ଗ୍ରାମବାସୀ ଙ୍କ ଅଭିଯୋଗ ଯେ ରାସ୍ତା କାମ ସମୟ ରେ ଠିକାଦାର ମନଇଛା କାମ କଲେ. ବିଦ୍ୟାଳୟ କୁ ଲାଗି ୪୦ ରୁ ୫୦ ମିଟର ପର୍ଯ୍ୟନ୍ତ ମରାମତି ରାସ୍ତା କୁ ମଝିରେ ଛାଡିଦେଲେ ଗ୍ରାମବାସୀ ବିରୁଦ୍ଧ କରିବାରୁ ସେ ରାସ୍ତା କାର୍ଯ୍ୟ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ।

କିନ୍ତୁ ଦୁଇ ପାର୍ଶ୍ୱ ଉଚ୍ଚା କରି କିଛି ବି ବର୍ଷା ଜଳ ନିଷ୍କାସନ ପାଇଁ ବାଟ ନରଖି ମଝିରେ ଖାଲ କରି ଛାଡ଼ି ପଳାଇଗଲେ, ଏଠି ପ୍ରଶ୍ନ ଉଠୁଛି କେଉଁ କାରଣ ରୁ ଏପରି କରାଗଲା ଯାହା ସମ୍ପୂର୍ଣ୍ଣ ଅସ୍ପଷ୍ଟ. କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ ଓ଼ ବିଦ୍ୟାଳୟ , ଅଙ୍ଗନବାଡ଼ି ର ଛାତ୍ରଛାତ୍ରୀ ମାନେ .
ଏ ସଂକ୍ରାନ୍ତ ରେ ବିଭାଗୀୟ ଅଧିକାରୀ ଙ୍କ କୌଣସି ମତାମତ ମିଳିନଥିବା ବେଳେ ମାତ୍ର ଗ୍ରାମବାସୀ ଙ୍କ ଦାବୀ ରହିଛି ଏହାକୁ ନେଇ ଆମେ ଅନେକ ଥର ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଜଣାଇବା ପରେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଉନାହିଁ.ପ୍ରଶାସନିକ ସ୍ତରରେ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *