ଜଳେଶ୍ଵର ବ୍ଲକ୍ ଖୁଦିଆମାଝି ସାହି ପଂଚାୟତ ଖଣାବାଡ ଉପ୍ରା ବିଦ୍ୟାଳୟ ରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା ଚାଲିଛି ଭଙ୍ଗା ଦଦରା କୋଠରିରେ। ବର୍ଷା ହେଲେ ବିଦ୍ୟାଳୟ କୋଠରିରେ ଗଡୁଛି ପାଣି ର ସୁଅ। ରହୁଛି ସାପ ର ଭୟ । ସୂଚନା ଅନୁସାରେ ଏହି ବିଦ୍ୟାଳୟ ଟି ୧୯୫୫ ମସିହାରେ ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୩ ପିଲା। ଶିକ୍ଷକ ସଂଖ୍ୟ ୫।
ବିଦ୍ୟାଳୟ ରେ ୮ ଶ୍ରେଣୀ କୁ କୋଠରି ୨। ଉପଯୁକ୍ତ। ଆଉ ଦୁଇଟି ଦଦରା କୋଠରିରେ ଚାଲିଛି ପାଠପଢ଼ା। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି କର୍ତ୍ତୃପକ୍ଷ, ପିଲାଙ୍କ ଅଭିଭାବକ ବାରଂବାର ବିଇଓ ଙ୍କୁ ଚିଠି ଲେଖିଲେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ଶିବ ମହାନ୍ତି,। ଏ ନେଇ ଆମେ ପଂଚାୟତ ନାଏବ ସରପଞ୍ଚ କ୍ଷିତିଶ ଚନ୍ଦ୍ର ଦେ ଙ୍କୁ ପଚାରିବାରୁ ସେ କହିଥିଲେ ବିଦ୍ୟାଳୟ ଶ୍ରେଣୀ କୋଠରି ନିର୍ମାଣ ପାଇଁ ଅଠର ଲକ୍ଷ ଟଙ୍କା ଆସିଛି। ଟେଣ୍ଡର ହୋଇଛି ।ମଧ୍ୟ ସରିଛି ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଚନ୍ତି।




