ଟିଟିଲାଗଡ଼ରେ ବନ ବିଭାଗ କାନ୍ଥ ଭୁଷୁଡ଼ିଲା: ଚାପି ହୋଇଥିବା ଷଣ୍ଢ ଉଦ୍ଧାର, ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବନ ବିଭାଗର ବାଉଣ୍ଡ୍ରି ୱାଲ ବୁଧବାର ସକାଳେ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୱାଲ ଭୁଷୁଡ଼ିବା ସମୟରେ ପାଖରେ ବସିଥିବା ଗୋଟିଏ ଷଣ୍ଢ ଉପରେ ୱାଲ ପଡ଼ିଯାଇଥିଲା। ଖବର ପାଇ ଆଖପାଖରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଧାଇଁ ଯାଇ ଷଣ୍ଢକୁ ଉଦ୍ଧାର କରିଥିଲେ।

ଭାଗ୍ୟବଶତଃ ସକାଳ ସମୟ ହୋଇଥିବାରୁ ଉକ୍ତ ରାସ୍ତାରେ ଲୋକଙ୍କ ଯା-ଆସ ସେତେ ନ ଥିଲା। ସ୍ଥାନୀୟ ଲୋକେ କହିଛନ୍ତି ଯେ, ସ୍କୁଲ ଯିବା-ଆସିବା ସମୟ କିମ୍ବା ସନ୍ଧ୍ୟା ବେଳେ ଉକ୍ତ ଜାଗାରେ ଅନେକ ଭେଣ୍ଡର ଓ ଠେଲା ଲାଗିଥାନ୍ତି। ସେହି ସମୟରେ ଏପରି ଘଟଣା ଘଟିଥିଲେ ବଡ଼ ଅଘଟଣ ଘଟିପାରିଥାନ୍ତା। ତେଣୁ ଏହା ଅଳ୍ପକେ ରକ୍ଷା ପାଇଯାଇଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଭୁଷୁଡ଼ି ପଡ଼ିଥିବା ଅଂଶର ମରାମତି କରିବା ସହ ଅନ୍ୟାନ୍ୟ ଦୁର୍ବଳ ଅଂଶର ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *