କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡିରେ ନୂତନ ପୋଲିସ ଅଧିକାରୀ ଭାବେ ପ୍ରଦୀପ କୁମାର ନାୟକ ଯୋଗ ଦେଇଛନ୍ତି । ଆଜି କୁଡୁମୁଲୁଗୁମ୍ମା ପତ୍ରକାର ସ°ଘ ସଦସ୍ୟ ପ୍ରଭାକର ସୁନା, ଗଣେଶ ପ୍ରସାଦ ଦାସ ଓ ଭଗବାନ ସାହୁ ପ୍ରମୁଖ ଫୁଲତୋଡ଼ା ଦେଇ ନୂତନ ପୋଲିସ ଅଧିକାରୀ ଙ୍କୁ ସ୍ୱାଗତ କରିବା ସହିତ, ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ପୋଲିସ ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲଙ୍ଗୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ପ୍ରକାଶ ଥାଉକି ନୂତନ ପୋଲିସ ଶ୍ରୀ ନାୟକ ଏହା ପୁର୍ବରୁ MV – 79 ଥାନାରେ ଏସ୍ ଆଇ ଭାବେ କାର୍ଯ୍ୟରତ ଜଣେ ଯୁବ ଓ ଦକ୍ଷ ଅଧିକାରୀ ଭାବରେ ବେଶ୍ ପରିଚିତ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିନରେ ଥିବା ସମ୍ପୁର୍ଣ୍ଣ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ସହ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।




