ପଟ୍ଟାମୁଣ୍ଡାଇ 25/07 ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଅନ୍ତର୍ଗତ ଦାମୋଦର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଳପୁଆ , ପ୍ରାୟ ବହୁ ଦିନ ହେବ ଜଣେ ଶିକ୍ଷକ ରେ ଚାଲିଛି। ଏହି ସ୍କୁଲରେ ପିଲା ଶିଶୁବାଟିକା 4,ପ୍ରଥମ 6,ଦ୍ୱିତୀୟ 3,ତୃତୀୟ 6,ଚତୁର୍ଥ 7,ପଞ୍ଚମ 9ସମୁଦାୟ 35 lଏହି ପ୍ରତିନିଧି ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଉକ୍ତ କ୍ଳଷ୍ଟର୍ ସିଆରସିସି ଙ୍କୁ ପଚରିବାରେ ଉତ୍ତର ମିଳୁଛି, ଅଫିସକୁ ଜଣାହୋଇଛି। ତେବେ ପ୍ରଶ୍ନ ଉଠୁଛି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କେବେ ନିଦରୁ ଉଠିବ, ଏ ସବୁର ସ୍ଥାୟୀ ସମାଧାନ କିପରି ହେବ। ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ କେବେ ଏହା ପ୍ରତି ଦୃଷ୍ଟି ଦେବେ ନା ସମୁଦାୟ ଶିକ୍ଷା ବ୍ୟବସ୍ଥାକୁ ଭଗବାନଙ୍କ ଉପରେ ଛାଡ଼ିଦେଇ ଚୁପ୍ ବସିବେ। ଏହାର ସ୍ଥାୟୀ ପ୍ରତିକାର ନହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଗ୍ରାମବାସୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପ୍ରକାଶ ଦାସ,ଅନନ୍ତକିଶୋର ରାଉତ,ପ୍ରଭାତ ରାଉଳ,କିଶୋର ରାଉତ,କୈବଲ୍ୟ ପରିଡା,ଡି ରବର୍ଟସନ ରାଜୁ, ଶୁରେଶ ଜେନା ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରିଛନ୍ତି l




