ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ଆଜିର ଡିଜିଟାଲ୍ ଯୁଗରେ, ମୋବାଇଲ୍ ସିମ୍ କାର୍ଡ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଆଉ ସବୁଠୁ ବଡ଼ କଥା ଯଦି ଗୋଟିଏ ପରିବାରରେ ଚାରିଜଣ ଅଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ସ୍ମାର୍ଟଫୋନ୍ ରହିଛି । ପ୍ରତ୍ୟେକ ମୋବାଇଲରେ ଗୋଟିଏ କିମ୍ବା ଦୁଇଟି ସିମ୍ କାର୍ଡ ରହିଛି । ସମୟ ସମୟରେ ସବୁ ସିମ୍ କାର୍ଡକୁ ରିଚାର୍ଜ କରିବାକୁ ପଡୁଥିବ । ସବୁ ସିମ୍‌ କାର୍ଡକୁ ରିଚାର୍ଜ କରିବା ପାଇଁ ବହୁତ ବଡ଼ ବୋଝ ହେବ । ଏପରି ସ୍ଥିତିରେ ପ୍ରତ୍ୟେକ ନମ୍ବର ପାଇଁ ଅଲଗା ରିଚାର୍ଜ କରିବା ସହ ଭିନ୍ନ ଭିନ୍ନ ପ୍ଲାନର ଭ୍ୟାଲିଡିଟି, ଡାଟା ଓ ଅନ୍ୟାନ୍ୟ ସୁବିଧା ମ୍ୟାନେଜ କରିବା ଅସୁବିଧାଜନକ ହୋଇପାରେ।

ଏହି ସମସ୍ୟାକୁ ସହଜ କରିବା ପାଇଁ Airtelର Family Postpaid Plans ଏକ ବିକଳ୍ପ ଦେଉଛି। ଏଥିରେ ପରିବାରର ଏକାଧିକ Airtel ନମ୍ବରକୁ ଗୋଟିଏ ପ୍ଲାନ ଓ ଗୋଟିଏ ବିଲ ଅଧୀନରେ ମ୍ୟାନେଜ କରାଯାଇପାରିବ। ପରିବାରରେ କେତେଟି Airtel ନମ୍ବର ଅଛି, ସେହି ଅନୁସାରେ ୨, ୩ ଓ ୪ଟି କନେକ୍ସନ ପାଇଁ ଭିନ୍ନ ପ୍ଲାନ୍‌ ରହିଛି।

ଯଦି ପରିବାରରେ ୨ଟି Airtel ନମ୍ବର ଅଛି, ତେବେ ୬୯୯ Family Postpaid Plan ନିଆଯାଇପାରେ। ଏଥିରେ ୧ଟି Primary ଓ ୧ଟି Add-on କନେକ୍ସନ ମିଳେ। ଦୁଇଟି ନମ୍ବରରେ Unlimited 4G/5G Data, Unlimited Local ଓ STD Calling ସହ ପ୍ରତିଦିନ ୧୦୦ SMSର ସୁବିଧା ମିଳିଥାଏ। ଏହାସହ Amazon Primeର ୬ ମାସର ସଦସ୍ୟତା, JioHotstar Mobileର ୧୨ ମାସର ସବ୍ସକ୍ରିପସନ, Google Oneର ୧୦୦GB Cloud Storage ଓ Airtel Xstream Play Premium ଭଳି ଡିଜିଟାଲ ବେନିଫିଟ ମଧ୍ୟ ରହିଛି। ତେବେ ୬୯୯ ହେଉଛି GST ପୂର୍ବର ବେସ ଦାମ। ଏହା ଉପରେ GST ଲାଗିବ। ପରିବାରରେ ୩ଟି Airtel ନମ୍ବର ଥିଲେ୯୯୯ Family Postpaid Plan ଏକ ବିକଳ୍ପ ହୋଇପାରେ। ଏଥିରେ ୧ଟି Primary ଓ ୨ଟି Add-on କନେକ୍ସନ ମିଳିଥାଏ। ତିନୋଟି ନମ୍ବରରେ Unlimited 4G/5G Data, Unlimited Calling ଓ ପ୍ରତିଦିନ ୧୦୦ SMSର ସୁବିଧା ମିଳେ। ଏହାସହ Amazon Prime ୬ ମାସ, JioHotstar Mobile ୧୨ ମାସ, Google One ୧୦୦GB ଏବଂ Airtel Xstream Play Premium ଭଳି ଫାଇଦା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *