ବିଜୟ-ରଶ୍ମିକାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସିଖବର! ସାମ୍ନାକୁ ଆସିଲା ନୂଆ ଫିଲ୍ମର ବଡ଼ ଅପଡେଟ୍

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଉଭୟଙ୍କୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ପୁଣିଥରେ ଦୁହେଁ ଏକାଠି ପରଦାରେ ନଜର ଆସିବେ। ତେବେ ଏଥର ସେମାନଙ୍କ ଭୂମିକା ଓ କାହାଣୀ ପୂର୍ବ ଫିଲ୍ମଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଦୁହିଁଙ୍କ ଆଗାମୀ ଫିଲ୍ମ ‘ରାଣାବାଲି’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି।

ରଶ୍ମିକା ତାଙ୍କ ଆଗାମୀ ଫିଲ୍ମ ‘ରାଣାବାଲି’ରେ ନିଜ ଅଂଶର ଶୁଟିଂ ଶେଷ କରିଛନ୍ତି। ଫିଲ୍ମର ନିର୍ମାତାମାନେ ସୋସିଆଲ ମିଡିଆରେ ଶୁଟିଂ ସେଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ନିଜ ଶୁଟିଂ ସିଡ୍ୟୁଲ ଶେଷ ହେବା ପରେ ପୂରା ଟିମକୁ ବିଦାୟ ଦେଉଥିବା ଦେଖିବାକୁ ମିଳିଛି।

ରାଣାବାଲି’ ଏକ ପିରିୟଡ ଫିଲ୍ମ। ଏହାର କାହାଣୀ ବର୍ତ୍ତମାନ ସମୟର ନୁହେଁ, ବରଂ ପୁରୁଣା ସମୟକୁ ନେଇ ଗଢ଼ିଉଠିଛି। ଭାରତର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଏକ ଅଜଣା ଅଧ୍ୟାୟକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢ଼ିବ। ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ନ ଥିବା କୁହାଯାଉଛି।

ଫିଲ୍ମର କାହାଣୀ ମୁଖ୍ୟତଃ ରାୟଲସୀମା ଅଞ୍ଚଳକୁ କେନ୍ଦ୍ର କରି ନିର୍ମାଣ କରାଯାଇଛି। ସେଠାକାର ସଂସ୍କୃତି, ଭାଷା, ଜୀବନଶୈଳୀ ଓ ସେତେବେଳର ପରିବେଶକୁ ପରଦାରେ ବାସ୍ତବ ରୂପ ଦେବାକୁ ମେକର୍ସ ଚେଷ୍ଟା କରିଛନ୍ତି।

ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ଥିବାବେଳେ ରଶ୍ମିକା ମନ୍ଦାନା ‘ଜୟମ୍ମା’ ଚରିତ୍ରରେ ନଜର ଆସିବେ। ଏହା ବ୍ୟତୀତ ହଲିଉଡ ଅଭିନେତା ଆର୍ନୋଲ୍ଡ ଭୋସ୍ଲୁ ମଧ୍ୟ ଫିଲ୍ମରେ ଅଭିନୟ କରୁଛନ୍ତି।

‘ରାଣାବାଲି’ର ନିର୍ଦ୍ଦେଶନା ରାହୁଲ ସାଙ୍କୃତ୍ୟାୟନ କରିଥିବା ବେଳେ ଫିଲ୍ମର ନିର୍ମାଣ ମାଇଥ୍ରୀ ମୁଭି ମେକର୍ସ କରୁଛି। ଫିଲ୍ମର ଟିଜର ପୂର୍ବରୁ ରିଲିଜ ହୋଇସାରିଛି ଏବଂ ଏହାକୁ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି।

Leave a Reply

Your email address will not be published. Required fields are marked *