ପ୍ରସିଦ୍ଧ ଅଭିନେତା ମୁସ୍ତାକ ଖାନ ଆଜି ଅର୍ଥାତ୍ ୨୪ ସେପ୍ଟେମ୍ୱରରେ ଦୁନିଆକୁ ଅଲବିଦା କହିଛନ୍ତି । ମୁସ୍ତାକ ଖାନ ‘ୱେଲକମ୍’ , ‘ଆଶିକୀ’ , ‘ହମ୍ ହୈଁ ରାହୀ ପ୍ୟାର କେ ‘ ଓ ‘ ମୁଝସେ ଶାଦୀ କରୋଗୀ’ ଭଳି ଫିଲ୍ମ ଗୁଡ଼ିକ ପାଇଁ ଜଣାଶୁଣା । ମୁସ୍ତାକ ଖାନ ୫୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଫୁସଫୁସ କର୍କଟ ଯୋଗୁଁ ଅଭିନେତାଙ୍କ ଦେହାନ୍ତ –
ଏଚଟି ସିଟିର ରିପୋର୍ଟ ମୁତାବିକ , ଅଭିନେତାଙ୍କ ଦେହାନ୍ତ ଆଜି (ଗୁରୁବାର) ସମୟ ପ୍ରାୟ ସନ୍ଧ୍ୟା ୭ଟାରେ ହୋଇଥିଲା । ମୁସ୍ତାକ ଖାନଙ୍କୁ ପ୍ରଥମେ ଫୁସଫୁସ କ୍ୟାନସର ହୋଇଥିଲା , ସେ ମଧ୍ୟ ସୁସ୍ଥ ହୋଇ ଯାଇ ଥିଲେ । କିନ୍ତୁ ଆଠ ଦିନ ପୂର୍ବରୁ କ୍ୟାନସର ପୁଣି ଥରେ ଫେରିଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ମୁସ୍ତାକ କ୍ୟାନସରର ଶେଷ ପର୍ଯ୍ୟାୟରେ ଥିଲେ ।
‘ୱେଲକମ୍’ ରେ ବଲ୍ଲୁ ଭୂମିକାରେ ନଜର ଆସି ଥିଲେ –
ମୁସ୍ତାକ ଖାନ ନିଜର କ୍ୟାରିୟରରେ ଅନେକ ସପୋର୍ଟିଂ ରୋଲ୍ କରିଛନ୍ତି । ଅକ୍ଷୟ କୁମାରଙ୍କ ୱେଲକମରେ ମୁସ୍ତାକ ଖାନ ବଲ୍ଲୁର ରୋଲ୍ କରିଥିଲେ । ଏହି ଫିଲ୍ମରୁ ତାଙ୍କର ସିନ୍ ଖୁବ୍ ଭାଇରାଲ ହୋଇଥିଲା ମିମର ଦୁନିଆରେ ମଧ୍ୟ ମୁସ୍ତାକ ଖାନଙ୍କୁ ୱେଲକମର ଡାଏଲଗ୍ – ମେରି ଏକ୍ ଟାଙ୍ଗ୍ ନକଲି ହୈ … , ମୈଁ ହକି କା ବହୁତ ବଡ଼ା ଖିଲାଡି ଥା… , ଏକ୍ ଦିନ ଉଦୟ ଭାଇ କୋ ଗୁସା ଆ ଗୟା …ଖୁବ୍ ପ୍ରସିଦ୍ଧ ଥିଲା ।
ଏହି ସବୁ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ମୁସ୍ତାକ ଖାନ –
ୱେଲକମ ବ୍ୟତୀତ ମୁସ୍ତାକ ଖାନଙ୍କୁ ‘ଗଦର-୨’ , ‘ବଧାଇ-୨’ ଓ ‘ସ୍ତ୍ରୀ-୨’ ଭଳି ଫିଲ୍ମରେ କାମ କରିବା ନେଇ ମଧ୍ୟ ଜଣାଶୁଣା । ଫିଲ୍ମ ସହ ମୁସ୍ତାକ ଖାନ ଟିଭିର ଦୁନିଆରେ ମଧ୍ୟ ନଜର ଆସି ସାରିଛନ୍ତି । ଟିଭି ସିରିୟଲ ‘କୁଚ୍ଛ ରଙ୍ଗ୍ ପ୍ୟାର କେ ଐସେ ଭି’ ରେ ମୁସ୍ତାକ ଖାନ ଅଭିନୟ କରିଥିଲେ ।




