AI ଦୌଡ଼ରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି; ସ୍ୟାମ୍ ଅଲ୍ଟମ୍ୟାନ୍ କାହିଁକି ଦେଲେ ସାବଧାନତା ଚେତାବନୀ?

ଏଆଇକୁ ନେଇପୁଣି ଥରେ ବିତର୍କ ଜୋର ଧରିଛି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଆଇର ବିକାଶକୁ ଧୀମା କରିବା କଥାକୁ ଖଣ୍ଡନ କରିଛନ୍ତି । ତାଙ୍କର କହିବାନୁସାରେ, ଏଆଇର ଗ୍ଲୋବାଲ ରେସରେ ଆମେରିକାକୁ ଆଗରେ ରହିବା ଜରୁରୀ । ଏବି ମଧ୍ୟରେ ଓପେନ୍ ଏଆଇର ସିଇଓ ସ୍ୟାମ୍ ଅଲ୍ଟମ୍ୟାନ ଏଆଇର ସେଫ୍ଟିକୁ ନେଇ ନିଜର ଚିନ୍ତା ବ୍ୟକ୍ତି କରିଛନ୍ତି ।

ଅଲ୍ଟମ୍ୟାନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, AI କମ୍ପାନୀଗୁଡ଼ିକ ସୁରକ୍ଷା ପାଇଁ କେବଳ ସରକାରଙ୍କ ନୂଆ ନିୟମକୁ ଅପେକ୍ଷା କରିବା ଉଚିତ୍ ନୁହେଁ। କମ୍ପାନୀଗୁଡ଼ିକ ନିଜ ନିଜ ସ୍ତରରେ ମଧ୍ୟ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ପାରିବେ ।

ଅଲ୍ଟମ୍ୟାନଙ୍କ କହିବାନୁସାରେ, AI କମ୍ପାନୀଗୁଡ଼ିକ ମଧ୍ୟରେ ବଢ଼ୁଥିବା ପ୍ରତିଯୋଗିତା ଅବହେଳାର କାରଣ ହେବା ଉଚିତ୍ ନୁହେଁ । AI ମଡେଲଗୁଡ଼ିକ ଲଗାତାର ଭାବରେ ଅଧିକ ଶକ୍ତିଶାଳୀ ହେଉଛନ୍ତି, ଏପରି ପରିସ୍ଥିତିରେ ସେଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ମଧ୍ୟ ଜରୁରୀ । ସେ ଏପରି ନିୟମକୁ ସମର୍ଥନ କରିଛନ୍ତି , ଯାହାଦ୍ୱାରା ଅଧିକ ଶକ୍ତିଶାଳୀ AI ମଡେଲ୍ ତିଆରି କରୁଥିବା କମ୍ପାନୀଗୁଡ଼ିକ ପାଇଁ ସୁରକ୍ଷାର ସମାନ ମାନଦଣ୍ଡ ସ୍ଥିର କରାଯାଇ ପାରିବ ।

ଅଲ୍ଟମ୍ୟାନ୍ AI ମଡେଲର ସ୍ୱାଧୀନ ଯାଞ୍ଚକୁ ସମର୍ଥନ କରିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ବାହ୍ୟ ବିଶେଷଜ୍ଞଙ୍କ ସାହାଯ୍ୟରେ AI ସିଷ୍ଟମର କ୍ଷମତା ଏବଂ ସମ୍ଭାବ୍ୟ ବିପଦକୁ ଆହୁରି ଭଲ ଭାବରେ ବୁଝାଯାଇ ପାରିବ ।

ଏହି କଥା Anthropic ର ସିଇଓ ଡାରିଓ ଆମୋଡେଇଙ୍କ ଚିନ୍ତାଧାରା ସହିତ ମଧ୍ୟ ସମାନ ହେଉଛି । ଆମୋଡେଇ କହିଛନ୍ତି ଯେ ,AI କମ୍ପାନୀଗୁଡ଼ିକ ସୁରକ୍ଷା ମାମଲାରେ ମିଳିମିଶି କାମ କରିବା ଉଚିତ୍ ଏବଂ AI ସିଷ୍ଟମର ଯାଞ୍ଚ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା କରାଯିବା ଆବଶ୍ୟକ ।

ଡୋନାଲ୍ଡ ଟ୍ରମ୍ପ AI ର ବିକାଶକୁ ଧୀର କରିବା ସପକ୍ଷରେ ନାହାଁନ୍ତି । ସେ ମନେକରନ୍ତି ଯେ, AI ଦୌଡ଼ରେ ଆମେରିକା ଅନ୍ୟ ଦେଶଗୁଡ଼ିକ ଠାରୁ ଆଗରେ ରହିବା ଉଚିତ୍। ଟ୍ରମ୍ପ ଚାହାଁନ୍ତି ଯେ , AI ରେସରେ ଆମେରିକା ଶୀର୍ଷରେ ରହୁ । ଅନ୍ୟପଟେ, ଅଲ୍ଟମ୍ୟାନଙ୍କ କହିବା କଥା ହେଉଛି AI କୁ ଦ୍ରୁତଗତିରେ ଆଗକୁ ବଢ଼ାଇବା ସହିତ ଏହାର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *