ମିଶନଶକ୍ତି ତାଲିମରୁ ଉତ୍ପାଦକ ଗୋଷ୍ଠୀ ମୁଖିଆ ସମାରୀଙ୍କ ଉଦ୍ୟମରେ ସ୍ବାବଲମ୍ବୀ ୫୦ ମହିଳା ।

ମହିଳା ସଶକ୍ତିକରଣର ନୂଆ ଉଦ୍ୟୋଗଶାଳା ପାଲଟିଛି ମାଲକାନଗିରି ସଦର ବ୍ଲକ ମାର୍କପଲ୍ଲୀ ପଞ୍ଚୟତ ପୋଡଭଟ୍ଟା ଗ୍ରାମ । ଜିଲ୍ଲାର “ଟେଲଗିଂ ହବ୍ ବା ଗାଁ’ ଭାବେ ପଇଛି ସ୍ବତନ୍ତ୍ର ପରିଚୟ । ମହିଳାଙ୍କ ଉଦ୍ୟମ ଯୋଗୁ ବାର୍ଷିକ ୫୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହେଉଛି। ମିଶନ ଶକ୍ତିରୁ ତାଲିମ ପାଇ ଉତ୍ପାଦକ ଗୋଷ୍ଠୀର ମୁଖିଆ ସାଜିଛନ୍ତି ଗାଁର ଆଦିବାସୀ ମହିଳା ସମରୀ ମୁଦୁଲି। ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମନେ ଅଙ୍ଗନୱାଡ଼ିରୁ ଆରମ୍ଭ କରି ସ୍କୁଲ, କଲେଜ ଓ ଅନ୍ୟ ପୋଷାକ ତିଆରି କରୁଛନ୍ତି। ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଇଛନ୍ତି। ଜିଲ୍ଲା ପ୍ରଶାସନ ବି ସହଯୋଗର ହାତ ବଢାଇ ସ୍ବତନ୍ତ୍ର ଗୃହ ଓ ଆଧୁନିକ ସିଲେଇ ମେସିନ୍ ଯୋଗାଇ ଦେଇଛି।


ପୋଡଭଟ୍ଟା ଏବେ ଟେଲଗିଂ ଗାଁ ଭାବେ ପରିଚିତ। ଗାଁର ୮୦ ପରିବାର ଆଉ ଲୋକସଂଖ୍ୟା ପ୍ରାୟ ୬୦୦ ରୁ ଅଧିକ। ତେବେ ୫୦ରୁ ଅଧିକ ପରିବାରଙ୍କ ଘରେ ରହିଛି ସିଲେଇ ମେସିନ୍। ପ୍ରାୟ ମହିଳାମାନେ ସିଲେଇକୁ ପେସା ଭାବେ ଆପଣେଇଛନ୍ତି । ଜୀବନ ଜୀବିକା ଆଗକୁ ବଢାଇବାର ମାଧ୍ୟମ କରିଛନ୍ତି। ଭଲ ଦୁଇ ପଇସା ରୋଜଗାର ଦ୍ଵାରା ପରିବାର ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଛି। ଅନେକଙ୍କୁ ଦାଦନ ଖଟିବା ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ୁନି। ଗାଁରେ ରହିଛି ୩ ଏସ୍ଏଚ୍ ଜି ସଦସ୍ୟାମାନେ ମିଶି ତିଆରି କରିଛନ୍ତି ‘ଗୁରୁପ୍ରିୟା ସିଲେଇ ଉତ୍ପାଦକ ଗୋଷ୍ଠୀ । ସଦସ୍ୟମାନେ ଅଙ୍ଗନୱାଡ଼ି ଶିଶୁ, ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କ ଲାଗି ୟୁନିଫର୍ମ ତିଆରି କରୁଛନ୍ତି । ଏଥିସହ ଅନ୍ୟାନ୍ୟ ପୋଷାକ ସିଲେଇ କରୁଛନ୍ତି । ବରାଦ ମୁତାବକ କାମ ଆଣି ନିର୍ଦ୍ଧାରିତ ସମୟରେ ଯୋଗାଇ ଦେଇ ନିୟମିତ ଆୟ କରୁଛନ୍ତି ।

ବାର୍ଷିକ ପ୍ରାୟ ୫୦ ଲକ୍ଷ ଟଙ୍କାର କାରବାର ହେଉଥିବା କହୁଛନ୍ତି। ମହିଳାଙ୍କ ସଫଳତା ପଛରେ ରହିଛି ସମାରୀ ଙ୍କ ଗୁରୁତ୍ବପୂର୍ଣ ଅବଦାନ । ତାଙ୍କ ପରିଶ୍ରମ, ସଂଘର୍ଷ ଲାଗି ଗୁରୁପ୍ରିୟା ଉତ୍ପାଦକ ଗୋଷ୍ଠୀ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛି । ସମାରୀ କହିଛନ୍ତି, ସେ ଅଳ୍ପ ପଢିଛନ୍ତି। କୁଲିଭୁତି କରି ପରିବାର ଚଳାଉଥିଲେ । ୨୦୧୬ ମସିହାରେ ମିଶନଶକ୍ତି ମାଧ୍ୟମରେ ସିଲେଇ ତାଲିମ ନେଇଥିଲେ। ଏସଏଚଜି ଋଣରେ ସିଲେଇ ମେସିନ୍ କଣିଥିଲେ। ନିଜେ ରୋଜଗାର ସହ ଗାଁର ଅନ୍ୟ ମହିଳାଙ୍କୁ ଏଥିପ୍ରତି ଆଗ୍ରହ ସୃଷ୍ଟି କରାଇ ଥିଲେ। ସେମାନଙ୍କ ତାଲିମ ପରେ ‘ଗୁରୁ ପିୟା ସିଲେଇ ଉତ୍ପାଦକ ଗୋଷ୍ଠୀ’ ଗଠନ ଉଦ୍ୟମ ଆରମ୍ଭ ହୋଇଥିଲା । ୩ ଏସଏଚଜ ର ମହିଳାମାନେ ଏହାର ସଦସ୍ୟା ଅଛନ୍ତି। ସରକାରୀ ଟେଣ୍ଡର ସହ ଅନ୍ୟମାନଙ୍କୁ ଅର୍ଡର ମୁତାବକ ପୋଷାକ ଯୋଗାଇ ଦେଉଛନ୍ତି । ଗତ ୪ ବର୍ଷରେ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ପ୍ରକାଶ କରିଛନ୍ତି । ପୁଣି ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାଇଛି।


ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ କହିଛନ୍ତି, ପୋଡଭଟ୍ଟ ର ଏସଏଚଜି ମହିଳାମାନେ ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛନ୍ତି । ସେମାନଙ୍କ
ସଫଳତାକୁ ଆହୁରି ଆଗେଇ ନେବାକୁ ପ୍ରଶାସନ ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏକ ସିଲେଇ ଘର ତିଆରି କରାଯାଇଛି। ଏଥିସହ ୩୦ ରୁ ଅଧିକ ଉନ୍ନତମାନର ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି। ଯଦ୍ୱାରା ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି। ଅଧିକରୁ ଅଧିକ ମହିଳା ରୋଜଗାର ର ସୁଯୋଗ ପାଇଛନ୍ତି। ସେମାନଙ୍କୁ ଅଧିକ ତାଲିମ, ସରକାରୀ ସହାୟତା, ଉନ୍ନତ ମେସିନାରି ଯୋଗାଇ ଦିଆଯିବ ବୋଲି ପ୍ରସାଶନ ପକ୍ଷରୁ କୁହା ଯାଇଛି । ବଜାର ସୁବିଧା ଯୋଗାଇବା ସହ ରୋଜଗାର ବଢାଇବା ଲାଗି ପଦକ୍ଷେପ ମଧ୍ୟ ନିଆଯିବ।

Leave a Reply

Your email address will not be published. Required fields are marked *