କାହିଁକି ଦେଶ ଛାଡ଼ିଲେ ବିରାଟ-ଅନୁଷ୍କା? ସାମ୍ନାକୁ ଆସିଲା ପ୍ରକୃତ ସତ, ଜାଣନ୍ତୁ ମାଧୁରୀଙ୍କ ସ୍ୱାମୀ କ’ଣ କହିଲେ

କ୍ରିକେଟ୍ ପଡ଼ିଆର ‘କିଙ୍ଗ୍’ ବିରାଟ କୋହଲି ଏବଂ ବଲିଉଡର ‘କ୍ୱିନ୍’ ଅନୁଷ୍କା ଶର୍ମା ! କ୍ରିକେଟ୍ ଓ ଗ୍ଲାମର ଦୁନିଆର ଏହି ପାୱାର୍ କପଲ୍ ସାରା ବିଶ୍ୱରେ ସେମାନଙ୍କର ଦମଦାର୍ ଫ୍ୟାନ୍ ଫଲୋଇଙ୍ଗ୍ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ ସେମାନଙ୍କର କୌଣସି ସିନେମା କିମ୍ବା କ୍ରିକେଟ୍ ରେକର୍ଡ ବିଷୟରେ କହିବୁ ନାହିଁ ବରଂ କହିବୁ ସେମାନଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ । ବର୍ତ୍ତମାନ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି, ଅନୁଷ୍କା ଶର୍ମା ଏବଂ ତାଙ୍କ ପରିବାର ଲଣ୍ଡନ ଶିଫ୍ଟ ହୋଇ ସାରିଛନ୍ତି ।

ଲଣ୍ଡନରେ ପୁଅ ଏବଂ ଝିଅଙ୍କ ସହ ରହୁଛନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଛି । ତେବେ ସେମାନେ କାହିଁକି ଦେଶ ଛାଡ଼ି ବିଦେଶରେ ରହିବାକୁ ବାଛିଛନ୍ତି ଏହାକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପତି ଡକ୍ଟର ଶ୍ରୀରାମ ନେନେ ଏହି ଖୁଲାସା କରିଛନ୍ତି ।

ଏକ ସାକ୍ଷାତକାରରେ ଶ୍ରୀରାମ ଅନୁଷ୍କାଙ୍କ ସହ ହୋଇଥିବା ପୁରୁଣା କଥାକୁ ମନେ ପକାଇଛନ୍ତି । ଯେଉଁଥିରେ ଅନୁଷ୍କା- ବିରାଟ ବିଦେଶରେ ରହିବା ପଛର କାରଣ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି କି, ଭାରତରେ ଭାରତରେ କ୍ରମାଗତ ଲୋକଙ୍କ ନଜର ଏବଂ ଅତ୍ୟଧିକ ଆଟେନସନ୍‌ ଯୋଗୁଁ ଏହି ସେଲିବ୍ରେଟି ଦମ୍ପତିଙ୍କ ପାଇଁ ଏକ ସାଧାରଣ ଜୀବନ ବିତାଇବା କଷ୍ଟକର ହୋଇପଡ଼ିଥିଲା । ଯେଉଁ କାରଣରୁ ଏଭଳି ବାଛିଛନ୍ତି ।

ଏହାସହ ଶ୍ରୀରାମ କହିଛନ୍ତି ଯେ, ଅନୁଷ୍କାଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିଲା ଯେ ସେମାନେ ଭାରତରେ ନିଜର ସଫଳତାକୁ ମଧ୍ୟ ସାଧାରଣ ଭାବରେ ଉପଭୋଗ କରିପାରୁ ନାହାନ୍ତି । ସେମାନେ ଯାହାବି କରନ୍ତି, ସବୁଥିରେ ଲୋକଙ୍କ ନଜର ରହିଥାଏ । ତେଣୁ ସେମାନେ ନିଜ ପିଲାମାନଙ୍କୁ ଏକ ସାଧାରଣ ପରିବେଶରେ ବଡ଼ କରିବା ଏବଂ ଲାଇମଲାଇଟଠାରୁ ଦୂରରେ ରଖିବା ପାଇଁ ଲଣ୍ଡନରେ ରହିବାକୁ ପସନ୍ଦ କରିଛନ୍ତି ।

ବିରାଟ ଏବଂ ଅନୁଷ୍ଠା ସେମାନଙ୍କ ପିଲାମାନଙ୍କର ପ୍ରାଇଭେସିକୁ ନେଇ ବେଶ୍ କଠୋର ଅଛନ୍ତି । ସେମାନେ ଫ୍ୟାନ୍ସ ଏବଂ ଗଣମାଧ୍ୟମର ନଜରରୁ ନିଜ ପିଲାମାନଙ୍କ ମୁହଁକୁ ସବୁବେଳେ ଲୁଚାଇ ରଖିଥାଆନ୍ତି । ଲଣ୍ଡନରେ ସେମାନେ ଏକ ସାଧାରଣ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଏହାସହ ସେ କହିଛନ୍ତି କି, ଅନେକ ସମୟରେ ଫ୍ୟାନ୍ସମାନେ ସେଲଫି ନେବାକୁ ଘେରି ରହିଥାନ୍ତି । ଯାହାକି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଇଛା ନଥିଲେ ମଧ୍ୟ ଏହା କରିବାକୁ ପଡ଼େ । କିଛି ଲୋକ ଏହାର ଖରାପ ଫାଇଦା ମଧ୍ୟ ଉଠାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ଅନୁଷ୍କା ଓ ବିରାଟ । ଗତ କିଛି ସମୟ ହେବ ଲଣ୍ଡନରେ ଅଧିକ ସମୟ ବିତାଉଛନ୍ତି, ଯେଉଁଠାରେ ସେମାନେ ବିନା କୌଣସି ଗଣମାଧ୍ୟମର ନଜରରେ ସାଧାରଣ ନାଗରିକଙ୍କ ଭଳି ଶାନ୍ତିରେ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *