ଦୃଶ୍ୟମ୍ ୩’ ର ଆଡ଼ଭାନ୍ସ ବୁକିଂରେ ବମ୍ପର ଆରମ୍ଭ! ଓପନିଂ ଡେ’ରେ ଭାଙ୍ଗିବ ‘ସ୍ତ୍ରୀ ୨’ ର ରେକର୍ଡ?

ଅଜୟ ଦେବଗନ ପୁଣି ଥରେ ବିଜୟ ସାଲଗାଓଁକର ଭାବେ ପରଦାକୁ ଫେରିବାକୁ ଯାଉଛନ୍ତି । ବିଜୟ ସାଲଗାଓଁକର ପୁଣି ଥରେ ଏକ କାହାଣୀ ସହିତ ଫେରିବେ, ଏଥର ଏକ ନିଷ୍କର୍ଷ ସହ ଯାହାକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପୁଣି ଥରେ ପରଦାରେ ସେହି ପ୍ରଶ୍ନ ପଚରାଯିବ ଅକ୍ଟୋବର ୨ତାରିଖରେ ସାଲଗାଓଁକର ପରିବାର କେଉଁଠି ଥିଲେ ? ଏବେ ଫିଲ୍ମଟି ରିଲିଜ୍ ପୂର୍ବରୁ ଆଡ଼ଭାନ୍ସ ବୁକିଂରେ ଶାନଦାର୍ ଆରମ୍ଭ କରିଛି । ଏହାର ତୁଳନା ‘ସ୍ତ୍ରୀ ୨’ ହେବାକୁ ଲାଗିଛି ।

ପ୍ରକାଶ ଯେ, ‘ଦୃଶ୍ୟମ ୩ ’ର ଆଡ଼ଭାନ୍ସ ବୁକିଂ ୨୭ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଟିକେଟ କାଉଣ୍ଟରରେ ଜୋରଦାର ଟିକେଟ ବୁକ୍ କରାଯାଇଛି । ରିପୋର୍ଟ ଅନୁସାରେ, ଏହି ଲେଖା ସୁଦ୍ଧା, ୧.୧୩ ଲକ୍ଷ ଟିକେଟ ବିକ୍ରି ହୋଇସାରିଛି । ଯାହା ୫,୮୭୪ଶୋ ବି ମିଳି ସାରିଛି । ଏହାପରେ ଫିଲ୍ମ ପ୍ରଥମ ଦିନ ଏବେ ପର୍ଯ୍ୟନ୍ତ ବ୍ଲକ ସିଟ୍ ସହ ୪.୫୫କୋଟି ଏବଂ ବିନା ବ୍ଲକ ସିଟ ସହ ୨.୬୩କୋଟିର କଲେକ୍ସନ କରି ନେଇଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଫିଲ୍ମକୁ ଦୁଇ ନେଶନାଲ ଚେନରେ ପ୍ରାୟ ୩୫ହଜାର ଟିକେଟ ବି ବିକ୍ରି ହୋଇ ସାରିଛି । ଏହାର ଆଡ଼ଭାନ୍ସ ବୁକିଂ ମଲ୍ଟିପ୍ଲେକ୍ସରେ ହେଉଛି । ଏହାସହ ଫିଲ୍ମ ମିରାଜ, ମୁଭିମାକ୍ସ, ଓ୍ବେବ ଏବଂ ସିଟି ପ୍ରାଇଡ ଭଳି ଛୋଟ ଚେନରେ ବି ଭଲ ଆଡ଼ଭାନ୍ସ ବୁକିଂ କରୁଛି । ଏହାସହ କୁହାଯାଉଛି କି ଦିନର ଶେଷ ପର୍ଯ୍ୟନ୍ତ ଫିଲ୍ମ ନେଶନାଲ ଚେନ୍ସରେ ୪୫୦୦୦ଟିକେଟ୍ସ ବିକ୍ରି ହୋଇପାରେ ।

Leave a Reply

Your email address will not be published. Required fields are marked *