ମାଲକାନଗିରି ମେଡିକାଲର ବାସ୍ତବ ଚିତ୍ର: ବିଶେଷଜ୍ଞ ଶୂନ୍ୟ, ଏମ୍‌ବିବିଏସ୍ ଡାକ୍ତରଙ୍କ ଭରସାରେ ଚାଲିଛି DSH

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଉଚିତ ଚିକିତ୍ସା । ଅଧିକାଂଶ ବିଭାଗରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଏମ୍ବିବିଏସ୍ ଡାକ୍ତରଙ୍କ ଦ୍ବାରା ରୋଗୀସେବା ଚାଲିଛି। ଏଣେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ ଏମ୍‌ବିବିଏସ୍ ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଉଥିବା ବେଳେ ଏବେ ସେମାନଙ୍କ ସଂଖ୍ୟା ୨୧କୁ ଖସିଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୬ ଡାକ୍ତରଙ୍କ ସ୍ଥାନରେ ୩୬ କାର୍ଯ୍ୟରତ ଅଛନ୍ତି । ଡାକ୍ତର ପଦବି ପୂରଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ମିଳିପାରୁନି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୩୮ ବିଶେଷଜ୍ଞ ପଦବି ମଞ୍ଜୁର ଦେଇଛନ୍ତି ରାଜ୍ୟ ସରକାର ହେଲେ ୨୫ ବିଶେଷଜ୍ଞ ପଦ ଖାଲି ୮୬ ଜାଗାରେ ୩୬ ଡାକ୍ତର
କାର୍ଯ୍ୟରତ ଅଛନ୍ତି ମାତ୍ର ୧୩ ବିଶେଷଜ୍ଞ ଭେଷଜ ବିଭାଗରେ ୨, ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ୩, ସର୍ଜରୀ ବିଭାଗରେ ୨, ଚକ୍ଷୁ ବିଭାଗରେ ୩, ଚର୍ମ ବିଭାଗରେ ଜଣେ, ଅସ୍ଥିଶଲ୍ୟ ବିଭାଗରେ ୨ ବିଶେଷଜ୍ଞ କାର୍ଯ୍ୟ କରୁଛନ୍ତି । ଅନ୍ୟ ସମସ୍ତ ବିଭାଗରେ ୨୫ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ର ରୋଗୀ ମଧ୍ୟ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏମ୍‌ବିବିଏସ୍ ଡାକ୍ତର ରୋଗୀ ସେବା ସମ୍ଭାଳିଥିବା ବେଳେ ଗୁରୁତର ଓ ସଙ୍କଟାପନ୍ନଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କହି ବାହାର ଜିଲ୍ଲା କିମ୍ବା କୋରାପୁଟ ଏସ୍ଏଲ୍‌ସ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥାନ୍ତି। ଯାହା ଦ୍ବାରା ରୋଗୀ ଓ ସଂପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମାଲକାନଗିରି ମେଡିକାଲର ବାସ୍ତବ ଚିତ୍ର: ବିଶେଷଜ୍ଞ ଶୂନ୍ୟ, ଏମ୍‌ବିବିଏସ୍ ଡାକ୍ତରଙ୍କ ଭରସାରେ ଚାଲିଛି DSH

Leave a Reply

Your email address will not be published. Required fields are marked *