ମାଲ୍ୟଵନ୍ତ କାଜୁ ପ୍ରକ୍ରିୟାକରଣ ୟୁନିଟ ଅଚଳ ।

ଦୁର୍ଗମ ବଣ୍ଡାଘାଟିରେ ବଣ୍ଡା ଜନଜାତିଙ୍କ ଆର୍ଥିକ ସଶକ୍ତିକରଣ ଲାଗି ଆରମ୍ଭହୋଇଥିବା କାଜୁ ପ୍ରକ୍ରିୟାକରଣ ୟୁନିଟ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ୨୦୧୭ ମସିହାରେ ବଣ୍ଡା ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରାଇବା ଲକ୍ଷ୍ୟରେ ସ୍ଥାପିତ ଏହି ପ୍ରକଳ୍ପ ବିକାଶର ପ୍ରତୀକ ହେବା ପରିବର୍ଭେ ଅବହେଳାର ଚିହ୍ନ ପାଲଟିଛି। ୟୁନିଟ ଭିତରେ ଥିବା ମେସିନଗୁଡ଼ିକରେ କଳଙ୍କି ଲାଗିଯାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପରି ନଷ୍ଟ ଦେଉଛି ।। ସୂଚନା ଅନୁଯାୟୀ, ବଣ୍ଡାଘାଟିରେ କାଜୁ ଉତ୍ପାଦନକୁ ସ୍ଥାନୀୟ ଭାବେ ପ୍ରକ୍ରିୟାକରଣ କରି ବଜାରକୁ ପହଞ୍ଚାଇବା ଏବଂ ସ୍ଥାନୀୟ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ବୋଣ୍ଡା ଉନ୍ନୟନ ସଂସ୍ଥା (ବିଡିଏ), ଖଇରପୁଟ ବ୍ଲକ ପ୍ରଶାସନ ଏବଂ ଆଇଟିଡିଏ ମିଳିତ ଭାବେ ଏହି ୟୁନିଟ ସ୍ଥାପନ କରିଥିଲେ। ମାତ୍ର ୟୁନିଟ୍ ଚାଲୁ ହେବାର ଆରମ୍ଭିକ ଅବସ୍ଥା ପରେ ହିଁ ଅଚଳ ହୋଇପଡ଼ିଥିଲା।

ଖଇରପୁଟ ବ୍ଲକ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ବହୁବାର ଜିଲ୍ଲାପାଳ ଓ ବିଡିଏ ଅଧୂକାରୀଙ୍କୁ ଅପଗ୍ରେଡ ଓ ଚାଲୁ କରିବା ନେଇ ଅନୁରୋଧ
କରାଯାଇଥିବା ବେଳେ ଫାଇଲ ଭିତରେ ପ୍ରକଳ୍ପ ଅଟକି ରହିଛି। ଏହି ଅବହେଳା କାରଣରୁ ବଣ୍ଡା ଯୁବକଯୁବତୀମାନେ ରୋଜଗାର ପାଉନଥିବାରୁ ଦାଦନ ଶ୍ରମିକ ଭାବେ ବାହାରକୁ ଯିବାକୁ ପଡ଼ୁଛି। ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ୟୁନିଟଟି ଆରମ୍ଭ ହେବାର ଏକ ବକ୍ର ପରେ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଯେଉଁ ମେସିନ ଥ୍‌ଲା ମାନୁଆଲ ମେସିନ ହୋଇଥିବାରୁ କାକୁ ପ୍ରକ୍ରିୟାକରଣରେ ବହୁତ କ୍ଷତି ହେଉଥିଲା। ତେଣୁ ଖୁବଶୀଘ୍ର ନୂତନ ପ୍ରଯୁକ୍ତିବିଦ୍ୟା ସହ ଏହାକୁ ପୁଣିଥରେ ଚାଲୁ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି। ତେବେ ଏହି ପ୍ରକଳ୍ପ କେବେ ପୁଣି ଚାଲୁ ହେବ ଓ ବଣ୍ଡାଘାଟିର କାଜୁ ବିଶ୍ବ ବଜାରକୁ ଯିବ ତାହା ଦେଖୁବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *