ଚିକିଟୀ – ସଦ୍ୟତମ ପ୍ରକାଶିତ ଆବାସ ଯୋଜନ ହିତାଧିକାରୀ ଙ୍କ ତାଲିକା ପ୍ରତି ପଞ୍ଚାୟତ ର ନୋଟିସ ବୋର୍ଡ ରେ ଝୁଲୁ ଥିବା ବେଳେ ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ର ବହୁ ଯୋଗ୍ୟ ବ୍ୟକ୍ତି ଙ୍କ ତାଲିକାରେ ନଥିବା ରୁ ସରପଞ୍ଚ ରୀତା ପାତ୍ର ଅସନ୍ତୋଷ ପ୍ରକାଶ କରି ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା ଲାଗି ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ପଞ୍ଚାୟତ ହେଡ଼ କ୍ୱାର୍ଟର ତଣ୍ଡିପୁର ଗ୍ରାମରେ ପ୍ରାୟ ୫ ଶହ ଘର ରହିଥିବା ବେଳେ ୨୦୨୪ ସର୍ଭେ ଅନୁସାରେ ପ୍ରକାଶିତ ତାଲିକାରେ ମାତ୍ର ୫ ଜଣ ହିତାଧିକାରୀ ଙ୍କ ନା ରହିଛି। ଏବଂ ବହୁ ଯୋଗ୍ୟ ହିତାଧିକାରୀ ଏହି ତାଲିକାରୁ ବାଦ ପଡିଥିବା ବେଳେ ପୁଣି ଥରେ ନୂତନ ଭାବେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକାରେ ସାମିଲ କରିବାକୁ ବିଡ଼ିଓ ଶ୍ରୀ ଲକ୍ଷ୍ମଣ ଚରଣ ସୋରେନ ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ନିବେଦନ କରିଛନ୍ତି।




