ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରି ସମସ୍ତ କ୍ଷେତ୍ରରେ କମିଟି କୁ ଆନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଧାରରେ ମାଲକାନଗିରି ସଦର ସ୍ଥିତ ସରକାରୀ ବଙ୍ଗାଳି ପ୍ରାଥମିକ ବିଦ୍ୟାଳୟରେ ଆଜି ନୂତନ ଏସ୍ . ଏମ୍. ସୀ କମିଟି ଗଠନ ପାଇଁ ଏକ ବୈଠକ ବସିଥିଲା। ବିଦ୍ୟାଳୟ ପରିଚାଳନା, ଶିକ୍ଷା ବ୍ୟବସ୍ଥା ର ସୁପରିଚାଳନା, ବିଦ୍ୟାଳୟ ପରିବେଶ ସଫା ରଖିବା ଏବଂ ବିଦ୍ୟାଳୟରେ ହେବାକୁ ଥିବା ବିଭିନ୍ନ କାଯ୍ୟକ୍ରମ ପାଇଁ ଏସ୍ ଏମ୍ ସୀ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।
ସରକାରୀ ବଙ୍ଗାଳି ପ୍ରାଥମିକ ବିଦ୍ୟାଳୟରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାରିକଙ୍କ ସଭାପତିତ୍ୱରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ ଅଭିଭାବକ , ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ସଭା ଆୟୋଜନ କରା ଜାଇଥିଲା । ଏହି ସଭାରେ ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ବିଶ୍ୱାସ, ଡଲୀ ପରିଡା, ପ୍ରମିଳା ଦେବୀ ବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ ଅଧ୍ୟକ୍ଷ ଚୈତନ୍ୟ ମିର୍ଗାନ, ବସନ୍ତ ପଡିଆମୀ, ଖୁଦିରାମ ମଣ୍ଡଳ, ଦେବା କବାସୀ, ମଙ୍ଗଳା ପୂଜାରୀ, ସୁବଳ ଦେବନାଥ, ରମେନ ବୈରାଗୀ, ଗଙ୍ଗା ସୋଡି, ମଞ୍ଜୁଳା କବିରାଜ, ପଦ୍ମିନୀ ନାୟକ,ମଇନା ସୁନାନୀ, ବିତିକା ସରକାର, ପ୍ରଭା ନାଗ, ସୁମିତ୍ରା ଜାନୀ, ସୁଶୀଳା ମାଡକାମୀ,ରୀତା ହରିଜନ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ପରିଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଡଲି ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭାସାଙ୍ଗ କରିଥିଲେ।




