ଜ୍ଞାନପ୍ରକାଶ ପକ୍ଷରୁ ଶ୍ରୀମତୀ ଜ୍ୟୋତିର୍ମୟୀ ସାମଲ ସମ୍ବର୍ଦ୍ଧିତ। ପାରଳାଖେମୁଣ୍ଡି:-ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ସଙ୍ଗମ ଜ୍ଞାନପ୍ରକାଶର ୧୦ ମ ଜାତୀୟ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡିର ଝିଅ ତଥା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଶ୍ରୀମତୀ ଜ୍ୟୋତିର୍ମୟୀ ସାମଲଙ୍କୁ ସମାଜସେବା ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ରୀଜୀବନରେ ପାରଳାଖେମୁଣ୍ଡିର କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା।
ସେ ଜଣେ ପ୍ରବୀଣ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଅଟନ୍ତି। ସେ ଦୁରଦର୍ଶନରେ ପ୍ରସାରିତ ନାଟକ ମେଘଦୂତର ମୁଖ୍ୟ ନାୟିକା ଥିଲେ। ବର୍ତ୍ତମାନ ସେ ବାଲେଶ୍ବରରେ ଅବସ୍ଥାନ କରିବା ସହ ଛାତ୍ରୀମାନଙ୍କୁ ମାଗଣାରେ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ତାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ତାଙ୍କର ଛାତ୍ରୀମାନେ ଚାନ୍ଦିପୁର ବେଳାଭୂମି ମହୋତ୍ସବ, ବାଲେଶ୍ବର ମହୋତ୍ସବ ଭଳି ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇ ଆସୁଛନ୍ତି।ଏଥି ସହିତ ସେ କରୋନା ସମୟରେ ପିଡ଼ୀତ ମାନଙ୍କୁ ଖାଦ୍ୟ ବଣ୍ଟନ, ବୃକ୍ଷ ରୋପଣ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଓ ବିଭିନ୍ନ ସମାଜ ସେବାମୂଳକ କାର୍ଯ୍ୟ କରିଆସୁଛନ୍ତି।ସେ ପାରଳାଖେମୁଣ୍ଡିର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଅନାଦି ଚରଣ ପାଣିଗ୍ରାହୀ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଝିଆରୀ ଅଟନ୍ତି। ତାଙ୍କର ଏହି ସଫଳତାରେ ଡ଼ଃ କଲ୍ୟାଣୀ ମିଶ୍ର, ଜ୍ଞାନପ୍ରକାଶର ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀମତୀ ବବିତା ପୁରୋହିତ, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀ ମନୋଜ କୁମାର ପଣ୍ଡା,ଶ୍ରୀମତୀ ଶୈଳବାଳା ସାହୁ, ମମତା ପାଢୀ, ଡ଼ଃ ନରସିଂହ ଗୌଡ଼ ତଥା ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।




