‘ମାୟସା’ର ଦମଦାର୍ ଟିଜର ରିଲିଜ, ଜବରଦସ୍ତ ଲୁକରେ ନଜର ଆସିଲେ ରଶ୍ମିକା ମନ୍ଦାନା

ରଶ୍ମିକା ମନ୍ଦାନାଙ୍କ ନୂଆ ଫିଲ୍ମ ‘ମାୟସା’ର ଟିଜର ରିଲିଜ ହୋଇଯାଇଛି।ମାୟସା’ର ଟିଜରକୁ ବହୁ ପସନ୍ଦ କରାଯାଇଛି । ଟିଜରରେ ରଶ୍ମିକା ମନ୍ଦାନାଙ୍କୁ ଜବରଦସ୍ତ ଅବତାରରେ ଦେଖିବାକୁ ମିଳିଛି ।

ଟିଜରରେ ରଶ୍ମିକା ମନ୍ଦାନାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ସେ ବହୁ ରଫ୍ ଆଣ୍ଡ ଟଫ୍ ନଜର ଆସୁଛନ୍ତି । ଟିଜରରେ ଅଭିନେତ୍ରୀଙ୍କ ଏଭଳି ଅନ୍ଦାଜ ଏବଂ ଆକ୍ସନ ମୋଡ଼ ଦେଖିବା ଲାଗି ମିଳୁଛି କି ଯାହା ପ୍ରଥମରୁ କେବେ କେହି ଦେଖି ନାହାନ୍ତି । ତାଙ୍କ ରାଗ ଅବତାର ସ୍କ୍ରିନରେ ଛାଇ ଯାଇଛି । ଫିଲ୍ମରେ ରଶ୍ମିକା ଆକ୍ସନରେ ଭରପୁର ନଜର ଆସୁଛନ୍ତି । ଟିଜରରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି ‘ମାୟସା’ର କାହାଣୀ ମହିଳା କେନ୍ଦ୍ରିତ ଫିଲ୍ମ ଅଟେ । ଯାହା ରଶ୍ମିକାଙ୍କ ଚାରିପାଖରେ ଘୂରି ବୁଲୁଛି । ସେଥିରେ ଏକ ଶକ୍ତିଶାଳୀ ବାପା- ପୁଅ ସମ୍ପର୍କର କାହାଣୀ ଅଛି ।

‘ମାୟସା’ ଏକ ଫିମେଲ ଲିଡ ପ୍ୟାନ ଇଣ୍ଡିଆ ଫିଲ୍ମ ଅଟେ । ଯାହା ୨୭ ନଭେମ୍ବର ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେଉଛି । ରଶ୍ମିକା ମନ୍ଦାନାଙ୍କ ଓ୍ବର୍କ ଫ୍ରଣ୍ଟ କଥା ଯଦି ଆମେ କହିବା ତେବେ ତାଙ୍କୁ ଗତ ଫିଲ୍ମ ‘କକଟେଲ୍ ୨’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଶାହିଦ କପୁର ଏବଂ କୃତି ସେନନ ବି ନଜର ଆସିଥିଲେ । ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ଏହି ଫିଲ୍ମରେ ସେ ଦୀୟାଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏବେ ‘ମାୟସା’ ବ୍ୟତୀତ ସେ ‘ରଣବାଳୀ’ରେ ଦେଖାଯିବେ । ଫିଲ୍ମରେ ସ ଜୟଅମ୍ମାର ଭୂମିକାରେ ଦେଖାଯିବେ । ଫିଲ୍ମରେ ରଶ୍ମିକା ଙ୍କ ବ୍ୟତିତ ଅଭିନେତା ବିଜୟ ଦେବରକୋଣ୍ଡା ବି ନଜର ଆସିବେ ।

Leave a Reply

Your email address will not be published. Required fields are marked *