ନେଚୁରାଲ ଷ୍ଟାର୍ ନାନୀ ଫିଲ୍ମ ‘ଦ ପ୍ୟାରାଡାଇଜ୍’ର ରିଲିଜକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ରିଲିଜ ହେବା କ୍ଷଣି ବକ୍ସ ଅଫିସରେ ଧମାଲ୍ ମଚାଇଛି । ଓପନିଂ ଡେରେ ଶାନଦାର୍ ପରଫର୍ମାନ୍ସ କରିଛି । ଫିଲ୍ମକୁ ନେଗେଟିଭ୍ ରିଭ୍ୟୁ ମିଳିଥିଲେ ବି ବକ୍ସ ଅଫିସରେ ପ୍ରଥମ ଦିନରେ ଭଲ କଲେକ୍ସନ କରିବା ସହ ରେକର୍ଡ଼ ବ୍ରେକର ସାବ୍ୟସ୍ତ ହୋଇଛି ।
ପ୍ରକାଶ ଯେ, ‘ଦ ପ୍ୟାରାଡାଇଜ୍’କୁ ଓପନିଂ ଡେରେ ବକ୍ସ ଅଫିସରେ ଦର୍ଶକଙ୍କଠାରୁ ଶାନଦାର୍ ରେସପନ୍ସ ମିଳିଛି । ଯାହାର ଫାଇଦା ଫିଲ୍ମକୁ ବକ୍ସ ଅଫିସରେ ମିଳୁଥିବା ଦେଖାଯାଇଛି । ଯାହାପରେ ନାନୀଙ୍କ ଫିଲ୍ମ ଦେଖୁ ଦେଖୁ ୫ ବଡ଼ ରେକର୍ଡ଼୍ସ ଭାଙ୍ଗି ଦେଇଛି । ନାନୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ଦ ପ୍ୟାରାଡାଇଜ୍’ ଓପନିଂ ଡେରେ ବକ୍ସ ଅଫିସରେ ରେକର୍ଡ଼ ସ୍ତରର ପରଫର୍ମାନ୍ସ ଦେଇଛି । ଫିଲ୍ମ ହିନ୍ଦୀ ଏବଂ ତାମିଲରୁ ଅଧିକ ତେଲୁଗୁରେ କଲେକ୍ସନ କରିଛି ଏବଂ କେତେକ ଫିଲ୍ମର ଓପନିଂ ଡେ କଲେକ୍ସନର ରେକର୍ଡ଼କୁ ବି ଭାଙ୍ଗିଛି ।
ରିପୋର୍ଟ ଅନୁସାରେ, ‘ଦ ପ୍ୟାରାଡାଇଜ୍’ ଫିଲ୍ମ ଟପ୍ ଏ ଇଣ୍ଡିଆନ ଓପନର ଫିଲ୍ମ ଲିଷ୍ଟରେ ଏଣ୍ଟ୍ରି ମାରି ନେଇଛି । ଯାହା ଆଗରେ ରଣବୀର ସିଂହଙ୍କ ‘ଧୁରନ୍ଧର(୨୮.୬କୋଟି)’ ଏବଂ ‘ଜନ ନାୟକନ(୪୨.୭)’ ବି ଫିକା ପଡ଼ିଛି । ‘ଦ ପ୍ୟାରାଡାଇଜ୍’ ଏବେ ୭ମ ଟପ ଏ ରେଟେଡ ଇଣ୍ଡିଆନ ଓପନର ଫିଲ୍ମ ହୋଇଯାଇଛି । ‘ସତ୍ୟମେବ ଜୟତେ’ (୨୦.୫୨କୋଟି) ଦଶମ ନମ୍ବରରେ ଥିଲା ଏବଂ ଏବେ ଏହି ଲିଷ୍ଟରୁ ବାହାରି ଯାଇଛି ।
ଧୁରନ୍ଧର ୨- ୧୪୫କୋଟି
ଟକ୍ସିକ- ୧୦୧.୧କୋଟି
ସାଲାର-୯୦.୭କୋଟି
ଦ କଲ ହିମ୍ ଓଜି- ୮୪.୭କୋଟି
କୁଲି- ୬୫କୋଟି
ଏନିମଲ- ୬୩.୮କୋଟି
‘ଦ ପ୍ୟାରାଡାଇଜ୍’- ୪୬.୨୫କୋଟି
ଜନ ନାୟକନ-୨୮.୬କୋଟି
ହିଟ : ଦ ଥର୍ଡ଼ କେସ- ୨୧କୋଟି




