ବିଶ୍ୱର ୧୦ ଶ୍ରେଷ୍ଠ ବଜେଟ୍‌ ଏୟାରଲାଇନ୍ସ ମଧ୍ୟରେ ଇଣ୍ଡିଗୋ, ମିଳିଲା ୩ଟି ପୁରସ୍କାର

ପ୍ରମୁଖ ବିମାନ ସେବା କମ୍ପାନି ଇଣ୍ଡିଗୋ ନୂଆ ସଫଳତା ହାସଲ କରିଛି । ବିଶ୍ୱର ଶ୍ରେଷ୍ଠ ୧୦ ବଜେଟ ଏୟାରଲାଇନ୍ସ ମଧ୍ୟରେ କମ୍ପାନି ୯ମ ସ୍ଥାନ ହାସଲ କରିଛି । ସ୍କ୍ରାଇଟ୍ରାକ୍ସ ଦ୍ୱାରା ପ୍ରକାଶିତ ୱାର୍ଲଡ ଏୟାରଲାଇନ୍ସ ସୂଚକାଙ୍କରେ ଟପ୍ ୧୦ ମଧ୍ୟରେ କମ୍ପାନି ସ୍ଥାନ ଜାହିର କରିଛି । ୱାର୍ଲଡ ଏୟାର ଲାଇନ ଆୱାର୍ଡରେ ଇଣ୍ଡିଗୋକୁ ୩ଟି ଆଞ୍ଚଳିକ ପୁରସ୍କାର ମିଳିଛି ।

ଏହାବାଦ ଏୟାର ଇଣ୍ଡିଆକୁ ଆଞ୍ଚଳିକ ବର୍ଗରେ ୪ଟି ଆୱାର୍ଡ ମିଳିଛି । ସର୍ବୋତ୍ତମ ବଜେଟ ଏୟାର ଲାଇନ ତାଲିକାରେ ମାଲେସିଆର ଏୟାର ଏସିଆ ଲଗାତାର ୧୭ଥର ଲାଗି ବିଶ୍ୱର ୧ ନମ୍ବର ବଜେଟ ବିମାନ କମ୍ପାନି ସ୍ଥାନ ହାସଲ କରିଛି ।

ଅନ୍ୟପଟେ ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାର କୌଣସି ବିମାନ କମ୍ପାନି ଟପ୍ ୧୦୦ରେ ମଧ୍ୟ ନାହାନ୍ତି । ଟପ୍ ୧୦ରେ ଥିବା ଅନ୍ୟ କମ୍ପାନି ଗୁଡିକ ମଧ୍ୟରେ ସିଙ୍ଗାପୁରର ସ୍କ୍ରୁଟ, ସ୍ପେନର ବୁଏଲିଂ, ଜର୍ମାନୀର ୟୁରୋଗ୍ରୁପ, ସ୍ପେନର ଇବେରିଆ ଏକ୍ସପ୍ରେସ, ବୋଲୋଟିଆ, ସାଉଦି ଆରବ ଫ୍ଲାୟନ୍ସ ଏବଂ ଆମେରିକାର ଏଲିଜିଏଣ୍ଟ ଏଆର ରହିଛି । ଇଣ୍ଡିଗୋ ଭାରତ ଏବଂ ଦକ୍ଷିଣ ଏସିଆର ୧୬ଥର ପାଇଁ ସର୍ବୋତ୍ତମ ବଜେଟ ଏୟାରଲାଇନ ହୋଇଛି ।

Leave a Reply

Your email address will not be published. Required fields are marked *