ମାନବ ଚାଲାଣ ମାମଲା: ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କଲେ କୋର୍ଟ

ପାରଳାଖେମୁଣ୍ଡି, ପ୍ରଭାତ କୁମାର ପାତ୍ର-: ମାନବ ବହୁଚର୍ଚ୍ଚିତ ଅଡ଼ବାରୁ ହାଇଦ୍ରାବାଦକୁ ମାନ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଜିଲ୍ଲା ଓ ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତି ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହାସହ ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇ ଜଣାପଡ଼ିଛି

ସୂଚନା ଅନୁଯାୟୀ, ଅଡ଼ବା ଥାନା ପୁଲିସ ମାନବ ଚାଲାଣ ସମ୍ପର୍କିତ ସୂଚନା ପାଇବା ପରେ ର ଅତିରିକ୍ତ ଆଇଆଇସି ନଳିନୀ କୁମାରୀ କଁଅରଙ୍କ ନେତୃତ୍ବରେ, ଗଜପତି ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଓ ଆର୍. ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ପରାମର୍ଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ହାଇଦ୍ରାବାଦରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଭିଯୁକ୍ତ ଈଶ୍ଵର କୁଶୁଲିୟା ଓ ହାଇଦ୍ରାବାଦ ନିବାସୀ ସରିତା ଜୈନଙ୍କୁ ଗିରଫ କରାଯିବା ସହ ସେଠାରୁ ୭ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *