୫୦ ଲକ୍ଷ୍ୟ ମୂଲ୍ୟର ଗଞ୍ଜେଇ ଜବତ ।

ମାଲକାନାଗିରି ଟାଉନ ଆଦର୍ଶ ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ମାଲକାନାଗିରି ରୁ ଛତିଶଗଡ଼ି କୁ ପାଞ୍ଚ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏକ ଆଇଚର୍ କୁକୁଡ଼ା ବୋଝେଇ ଗାଡ଼ିକୁ ସନ୍ଦେହ ରେ ଅଟକ ରଖି ତଲାସୀ କରୁଥିବା ସମୟରେ ଏଥିରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଗଞ୍ଜେଇ କୁ ପୋଲିସ ଜବତ୍ କରିଥିବା ମାଲକାନାଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୁଚନା ଦେଇଛନ୍ତି।

ଏସ ଆଇ ପ୍ରଭାତ ଗୌଡ ଙ୍କ ନେତୃତ୍ଵ ରେ ଏହି ଚଢାଉ ହେଇଥିବା ବେଳେ ଏଥିରେ ଉତ୍ତର ପ୍ରଦେଶ ସୋନାପୁର ର ଦୁଇ ଅଭିଯୁକ୍ତ କମଳ ହାସନ୍ ଓ ବିମଲ୍ କୁମାର୍ କୁ ପୋଲିସ ଗିରଫ କରିଥିବା ବେଳେ ଏହି ଚୋରା ଚାଲାଣ ରେ ସଂପୃକ୍ତ ଥିବା ଛତିଶ ଗଡ ଅମ୍ବିକାପୂର୍ ର ରୋହିତ ପ୍ରଜାପତି ମାଲକାନାଗିରି ର ଦୀପଙ୍କର ହାଲଦାର, ସୌରଭ ମଲ୍ଲିକ ଏବଂ ଜଗନ୍ନାଥ ବିଶ୍ଵାସ ଙ୍କ ନାମରେ ମକଦ୍ଦମା ରୂଜୁ କରି ଉପୋରକ୍ତ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ସହ ତଲାସୀ ଅଭିଜାନ ଜାରି ରଖିଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *